ହେଡଲାଇନସ୍:

ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପାଞ୍ଚ ଦଫା ଦାବି ନେଇ ଆଜି ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ମଧ୍ୟ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢ଼ୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି I ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ସମ୍ପାଦକ ମନୋରଞ୍ଜନ ବିଷୋୟୀ,ଉପଦେଷ୍ଟା ଶୀତଳ ପ୍ରସାଦ ଜେନା, ବଡ଼ପଡ଼ା କ୍ଳଷ୍ଟର୍ ଇନ୍ ଚାର୍ଜ୍ କେଦାର ନାଥ ନାୟକ, କ୍ଷତ୍ରିୟବରପୁର କ୍ଳଷ୍ଟର୍ ଇନ୍ ଚାର୍ଜ୍ ଛାୟାକାନ୍ତ ମହାପାତ୍ର, ଗାଙ୍ଗପୁର କ୍ଳଷ୍ଟର୍ ଇନ୍ ଚାର୍ଜ୍ ଶିଶିର କୁମାର ସ୍ଵାଇଁଙ୍କ ସମେତ ବହୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି I ଶିକ୍ଷକ ସଂଘ ପ୍ରଦାନ କରିଥିବା ଦାବି ପତ୍ରରେ ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତି ବାତିଲ୍ କରି ନିୟମିତ ଶିକ୍ଷକ ନିଯୁକ୍ତି, ଛଅ ବର୍ଷର ଶିକ୍ଷା ସହାୟକ ଅବଧିକୁ ଇନକ୍ରିମେଣ୍ଟ୍ ପ୍ରଦାନ ସହିତ ମୂଳ ଚାକିରିରେ ଗଣନା,କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ, କଳାକ୍ରୀଡା଼ ଶିକ୍ଷକଙ୍କ କ୍ୟାରିଅର୍ ଆଡ଼ଭାନ୍ସ ପଲିସି ନିର୍ଦ୍ଧାରଣ,ଏକ୍ସ କ୍ୟାଡର୍ ଶିକ୍ଷକଙ୍କୁ କ୍ୟାଡର୍ ଭୁକ୍ତ କରିବା, ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ,ନୂତନ ପେନସନ୍ ବ୍ୟବସ୍ଥା ଉଚ୍ଛେଦ ଓହ୍ ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ,ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ବ୍ୟୟ ବରାଦ ବୃ୍ଦ୍ଧି ଏବଂ ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ 5T ରେ ଅନ୍ତର୍ଭୂକ୍ତ ପ୍ରମୁଖ ଦାବି ଗୁଡ଼ିକ ଉଲ୍ଲେଖ ରହିଛି I

0
0
0
s2sdefault