ହେଡଲାଇନସ୍:

କେନ୍ଦ୍ରାପଡାରେ ପିସିସି ସଭାପତିଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା(ସତ୍ୟ ରଞ୍ଜନ ପଣ୍ଡା): ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କେନ୍ଦ୍ରାପଡା ବାଟ ଦେଇ ଚାନ୍ଦବାଲି ଗସ୍ତରେ ଆସିବା ଅବସରରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ତାଙ୍କୁ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶହଶହ କଂଗ୍ରେସ କର୍ମୀ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ସମବେତ ହୋଇ ପିସିସି ସଭାପତିଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ପଟ୍ଟନାୟକ ସ୍ୱଳ୍ପ ସମୟପାଇଁ କଂଗ୍ରେସ କାର୍ଯ୍ୟାଳୟରେ କର୍ମୀମାନଙ୍କ ଗ୍ରହଣରେ ବିଭିନ୍ନ ସାଙ୍ଗଠନିକ ଆଲୋଚନା କରିଥିଲେ । ସମବେତ କର୍ମୀମାନଙ୍କୁ ସଂକ୍ଷିପ୍ତରେ ଉଦ୍ବୋଧନ ଦେଇ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ଗଣେଶ୍ୱର ବେହେରାଙ୍କୁ ନିର୍ବାଚିତ କରିବାକୁ କହିଥିଲେ ଓ ଏଥିନିମନ୍ତେ ପିସିସି ତରଫରୁ ସମସ୍ତ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ପିସିସି ସଭାପତିଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ବରିଷ୍ଠ ପିସିସି ଉପସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ପିସିସି ସମ୍ପାଦକ ଜ୍ଞାନ ରଞ୍ଜନ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାସ ଓ ବରିଷ୍ଠ ଯୁବନେତା ନିରଞ୍ଜନ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପିସିସି ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଡିସିସି ଉପସଭାପତି ପ୍ରଫୁଲ୍ଲ ଦାସ, ନଗର ସଭାପତି ରାଜେଶ ମହାନ୍ତି, ବ୍ଲକ ସଭାପତି ଚିତ୍ରସେନ ପରିଡା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ଯୁବନେତା ଦୟାନିଧି ପରିଡା, ପିସିସି ପୂର୍ବତନ ସମ୍ପାଦକ ମୁକ୍ତାର ଖାଁ, ପୂର୍ବତନ ସରପଞ୍ଚ ନାରାୟଣ ଚନ୍ଦ୍ର ପରିଡା, ସରପଞ୍ଚ ସୁବନି ସାହୁ, କାଉନସିଲର ଚାନ୍ଦ ଭାଇ, ଡିସିସି ଉପସଭାପତି ସୌମେନ୍ଦ୍ର ପୃଷ୍ଟି, ଅର୍ବାନ ବ୍ୟାଙ୍କ ଡାଇରେକ୍ଟର ସିଦ୍ଧାର୍ଥ ଜେନା, ବ୍ଲକ ଦଳିତ କଂଗ୍ରେସ ସଭାପତି ପ୍ରଭାତ ଉଡାଣସିଂ, ପିତାମ୍ବର ଜେନା, ପଞ୍ଚାୟତ ସଭାପତି ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ସରପଞ୍ଚ ବସନ୍ତ ରାଉତ, ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ଛାତ୍ର କଂଗ୍ରେସ ନେତା ସାର୍ଥକ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପଲାଇ, କଂଗ୍ରେସ ନେତା ନିର୍ମଳ ଖଣ୍ଡାୟୀ, ନିର୍ମଳ ଚନ୍ଦ୍ର ସାହୁ, ନରେଶ ଚନ୍ଦ୍ର ଜେନା, ଏକାଦଶୀ ମଲ୍ଲିକ, ଗୁଣ୍ଡିଚା ମଲ୍ଲିକ, ଉମାକାନ୍ତ ବିହାରୀ, ସେକ୍ ନିଶାର୍, ପୀତବାସ ବେହେରା, ଡିସିସି ସାଧାରଣ ସମ୍ପାଦକ ମିର୍ ମୁରସିଦ୍, ଡିସିସି ସାଧାରଣ ସମ୍ପାଦକ ଆଶିଷ ମେକାପ, ପ୍ରେମେଶ ପାତ୍ର, ଡିସିସି ସାଧାରଣ ସମ୍ପାଦକ ଅଭିଷେକ ବିଶ୍ୱାଳ, ବିକାଶ ଚନ୍ଦ୍ର ମଲ୍ଲିକ ଓ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ହିମାଂଶୁ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

0
0
0
s2sdefault