ହେଡଲାଇନସ୍:

ଜଗତସିଂହପୁର ରେ ବାଲ୍ୟ ବିବାହ ତଥା ମହିଳା ଏବଂ ଶିଶୁ ଚାଲାଣ ପ୍ରତିରୋଧ ସମ୍ବନ୍ଧିତ ଆଲୋଚନା ଚକ୍ର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୭.୦୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ରାଜ୍ଯ ସମାଜ ମଙ୍ଗଳ ବୋର୍ଡ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ର ମିଳିତ ଆନୁକୂଲ୍ୟରେ ବାଲ୍ୟ ବିବାହ ତଥା ମହିଳା ଏବଂ ଶିଶୁ ଚାଲାଣ ପ୍ରତିରୋଧ ସମ୍ବନ୍ଧିତ ଆଲୋଚନା ଚକ୍ର ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ବାଲ୍ଯ ବିବାହ ଓ ମହିଳା ଶିଶୁ ଚାଲାଣ କୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ପ୍ରାସଙ୍ଗିକ ବିଷୟବସ୍ତୁ ବୋଲି କହିଥିଲେ। ଶିକ୍ଷା ଓ ସଚେତନତା ରେ ଆଗୁଆ ଜଗତସିଂହପୁର ଜିଲ୍ଲା ରେ ମଧ୍ୟ ଏହି ଦିଗରେ ସଚେତନତା ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବିଭିନ୍ନ ଚେତନା ଧର୍ମି କାର୍ଯ୍ୟକ୍ରମ ଯୋଗୁ ସମସ୍ତ ନାରୀ ସମାଜ ଆଜି ସ୍ୱାବଲମ୍ବୀ ହୋଇପାରିଛି, ତେଣୁ ତୃଣମୂଳ ସ୍ତରରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ମହିଳା ସମିତି ମାନଙ୍କରେ ଏହି ସମ୍ବେଦନଶୀଳ ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର ଆୟୋଜନ କରାଗଲେ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାନବ ଚାଲାଣ କୁ ବାଧ୍ୟତାମୂଳକ ଶିକ୍ଷା ଭାବେ ପଢାଇଲେ ନିଶ୍ଚିତ ଭାବେ ଏହି ବାଲ୍ୟ ବିବାହ ଓ ମାନବ ଚାଲାଣ, ବିଶେଷ କରି ମହିଳା ଓ ଶିଶୁ ଚାଲାଣ ଭଳି କୁସଂସ୍କାର କୁ ପ୍ରତିହତ କରିହେବ ବୋଲି ବିଧାୟକ ଶ୍ରୀ ମୁଦୁଲି ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭ ରେ ରାଜ୍ଯ ସମାଜ ମଙ୍ଗଳ ବୋର୍ଡ ର ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଦାରିଦ୍ର୍ୟ ଏବଂ ସଚେତନତା ର ଅଭାବ ଏହି ସମାଜିକ ବ୍ୟାଧି ର କାରଣ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ନାୟକ ବାଲ୍ଯ ବିବାହ ଓ ମାନବାଧିକାର କ୍ଷୁର୍ଣ୍ଣ ର ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ବାଲ୍ୟ ବିବାହ କୁ ଏକ ସମାଜିକ ବ୍ୟାଧି ରୁପେ ଅଭିହିତ କରିଥିଲେ, ଯାହାର ନିରାକରଣ ନିମନ୍ତେ ସଚେତନତା ଓ ସମସ୍ତଙ୍କ ସହଭାଗିତା ର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା ଶିକ୍ଷା ର ପ୍ରସାର, ସଚେତନତା ଓ ମାନସିକତା ର ପରିବର୍ତ୍ତନ ହିଁ ଏହି ସମାଜିକ ସମସ୍ୟା କୁ ଦୂର କରିବା ରେ ସକ୍ଷମ ବୋଲି ମତ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନମିତା ରାଉତ ,ତୃଣମୂଳ ସ୍ତରରେ କାର୍ଯ୍ୟ ରତ ସମସ୍ତ ବିଭାଗୀୟ ଅଧିକାରୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ ମାନଙ୍କୁ ଏ ଦିଗରେ ଅଧିକ ଯତ୍ନବାନ୍ ହେବାପାଇଁ କହିଥିଲେ। ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା, ଯେଉଁଥିରେ ବରିଷ୍ଠ ଆଇନଜୀବୀ ଶ୍ରୀ ସାରଦା ପ୍ରସାଦ ଦାସ ଏବଂ ସିନିୟର କନସଲଟାଣ୍ଟ ଶ୍ରୀ ଫକୀର ଚରଣ ରାଉତ ଏହି ବାଲ୍ଯ ବିବାହ ଓ ମହିଳା ଏବଂ ଶିଶୁ ଚାଲାଣ ସମ୍ବନ୍ଧିତ ବିଭିନ୍ନ ତଥ୍ୟ,କାରଣ, ନିରାକରଣ ତଥା ଆଇନଗତ ପଦକ୍ଷେପ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରେ ରାଜ୍ଯ ସମାଜ ମଙ୍ଗଳ ବୋର୍ଡ ର ସଭ୍ୟ ଶ୍ରୀ ହୀନ ବେହେରା, ଶ୍ରୀମତୀ ସରଳା ସ୍ୱାଇଁ,ଶ୍ରୀମତୀ ଚନ୍ଦ୍ରଲେଖା ପଟ୍ଟନାୟକ, ଶ୍ରୀମତୀ ରିଜୱାନା ବେଗମ,ଶ୍ରୀମତୀ ବାସନ୍ତୀ ସିଂ, ସୁଶ୍ରୀ ଦେବସ୍ମୀତା ଦାସ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଂଶୁପା ସାହୁ,ବିଭିନ୍ନ ବିଭାଗୀୟ ଅଧିକାରୀ, ଆଇ ସିଡି ଏସ୍ ର ସୁପରଭାଇଜର, ସଭ୍ୟ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ସହରର ବରିଷ୍ଠ ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ସ୍ବେଛାସେବୀ ଅନୁଷ୍ଠାନ ରାଧାକୃଷ୍ଣ କ୍ଲବ ର ପୂର୍ଣଚନ୍ଦ୍ର ମଲ୍ଲ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

0
0
0
s2sdefault