ହେଡଲାଇନସ୍:

ଜୟପୁର ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା ଟିପିଏସ୍ଓଡିଏଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବ୍ୟାବହାରିକ ଜ୍ଞାନକୌଶଳ ଶିଖିବେ ଛାତ୍ରଛାତ୍ରୀ

ବ୍ରହ୍ମପୁର, ଫେବୃଆରୀ: ଦକ୍ଷତା ବିକାଶ ଓ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଜୟପୁର ସ୍ଥିତ ଗୋପବନ୍ଧୁ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ସହଭାଗିତା ଦ୍ୱାରା ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତାତ୍ତ୍ଵିକ ଜ୍ଞାନ ଓ ବ୍ୟାବହାରିକ ଜ୍ଞାନ ମଧ୍ୟରେ ଥିବା ପ୍ରଭେଦକୁ କମାଇ ସେମାନଙ୍କୁ ଭବିଷ୍ୟତର ଗୁଣାତ୍ମକ ମାନବ ସମ୍ବଳରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ କମ୍ପାନୀର କର୍ପୋରେଟ ଅଫିସରେ ଅନୁଷ୍ଠିତ ହୋଇଥିବା ବେଳେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ଓ ଗୋପବନ୍ଧୁ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରିନ୍ସିପାଲ ରାଜୀବ ଲୋଚନ ଦାଶ ଉପସ୍ଥିତ ରହି ବୁଝାମଣା ପତ୍ରରେ ଦସ୍ତଖତ କରିଛନ୍ତି ।

ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଜରିଆରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ବ୍ୟାବହାରିକ କର୍ମଶାଳା, ହ୍ୟାଣ୍ଡସ- ଅନ ଟ୍ରେନିଂ ସୁବିଧା ସମେତ ଶିଳ୍ପ ସାପେକ୍ଷ ବିଭିନ୍ନ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଯିବ । ସେହିଭଳି ଟିପିଏସ୍ଓଡିଏଲରେ ପାଳନ କରାଯାଉଥିବା ସୁରକ୍ଷା ଅଭ୍ୟାସ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବେ । ବ୍ୟାବହାରିକ ଜ୍ଞାନ ସହ ଜଡିତ ହୋଇ ଛାତ୍ରଛାତ୍ରୀମାନେ ଭବିଷ୍ୟତର କର୍ମକ୍ଷେତ୍ର ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ।

ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ,"ଭବିଷ୍ୟତର କର୍ମଜୀବୀଙ୍କର ଦକ୍ଷତା ବୃଦ୍ଧି ଏହି ଉଦ୍ୟମର ମୂଳ ଲକ୍ଷ୍ୟ ଅଟେ । କମ୍ପାନୀ ଓ ଶିଳ୍ପ ତାଲିମ ଅନୁଷ୍ଠାନର ଏଭଳି ସହଭାଗିତା ଆଗାମୀ ଦିନରେ ଏକ ଗୁଣାତ୍ମକ କର୍ମଜୀବୀ ଶ୍ରେଣୀ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ । ଟିପିଏସ୍ଓଡିଏଲର ଦକ୍ଷତା ବିକାଶ ଓ ସୁରକ୍ଷା ଅଭ୍ୟାସ ସଂସ୍କୃତି ଛାତ୍ରଛାତ୍ରୀମାନଙ୍କୁ ଅଧିକ ସଶକ୍ତ କରିବ ।"

ପୂର୍ବରୁ କମ୍ପାନୀ ବ୍ରହ୍ମପୁର, ହିଞ୍ଜିଳିକାଟୁ ଓ ରାୟଗଡାସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିସାରିଥିବା ବେଳେ ଏହା ଚତୁର୍ଥ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

0
0
0
s2sdefault