ହେଡଲାଇନସ୍:

‘ରେଡ଼ିଓ ସମ୍ପର୍କ’ ପକ୍ଷରୁ ଫାଇଲେରିଆ ବିଲୋପ ସଚେତନତା ଅଭିଯାନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ପଞ୍ଚାୟତସ୍ତ ମୁରୁଦାବାଦ ଗ୍ରାମରେ ପ୍ରତିଷ୍ଠିତ ରେଡ଼ିଓ ସମ୍ପର୍କ ୮୯.୬ ସହଯୋଗରେ ଫେବୃୟାରୀ ୧ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୧୦ଟି ପଞ୍ଚାୟତ, ୧୫ଟି ମହିଳା ସୟଂ ସହାୟକ ଗୋଷ୍ଠୀ, ୧୧ଟି ବିଦ୍ୟାଳୟ ଓ ଦୁଇଟି କଲେଜରେ ଫାଇଲେରିଆ ବିଲୋପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗାଁ ମାନଙ୍କରେ ସଭା, ଆପୋଷ କଥା ବାର୍ତ୍ତା, ରେଡ଼ିଓ ପ୍ରସାରଣ ତଥା ସାମାଜିକ ଗଣମାଧ୍ୟମରେ ପ୍ରଚାର ଫଳରେ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରାଜ କର୍ମକର୍ତ୍ତା ,ସାସ୍ଥ୍ୟ କର୍ମୀ, ଡ଼ାକ୍ତର ତଥା ଅନେକ ହିତାଧିକାରୀ ସାକ୍ଷାତକାର ପ୍ରଦାନ କରିଥିଲେ । ଜନସଚେତନତା ମାଧ୍ୟମରେ ଫାଇଲେରିଆ (ହାତୀ ପାଦ) ରୋଗର ନିରାକରଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସମ୍ପର୍କ ରେଡ଼ିଓ ର ମୁଖ୍ୟ ରଞ୍ଜନ କୁମାର ମହାନ୍ତି ଏବଂ ରେଡ଼ିଓ ସମ୍ପର୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଙ୍କ ନେତୃତ୍ବ ତଥା ସମ୍ପର୍କ ଟିମର ସହଯୋଗୀ ଗାୟତ୍ରୀ ତ୍ରିପାଠୀ, ଭବାନୀଶଙ୍କର ପାତ୍ର, ସଂଯୁକ୍ତା ମହାରଣା ଓ ଶୁଭଲକ୍ଷ୍ମୀ ପଣ୍ଡା ପ୍ରମୁଖ ସୂଚନା ଦେଇଥିଲେ ।

0
0
0
s2sdefault