ହେଡଲାଇନସ୍:

ଗୁଣପୁର ଠାରେ ଉନବିଂଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର : ୧୬/୨/୨୪ : ଆଜି କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଠାରେ ଉନବିଂଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଡଃ.ପ୍ରସନ୍ନ କୁମାର ମହାନ୍ତି ( ଡେପୁଟି ଡାଇରେକ୍ଟର ଅଫ୍ ଏକ୍ସଟେନସନ, ଓୟୁଏଟି, ଭୁବନେଶ୍ୱର) ଅଧ୍ୟକ୍ଷତା କରି କୃଷି ବିଜ୍ଞାନ କେନ୍ଦ୍ର ଆହୁରି କିପରି ଲୋକାଭିମୁଖୀ ହୋଇପାରିବ ଓ କୃଷକ ମାନଙ୍କ ଆୟ କିପରି ଦ୍ଵିଗୁଣିତ ହେବ ସେ ବିଷୟରେ ପରାମର୍ଶ ଦେଇଥିଲେ । ଡ଼ଃ କଲ୍ୟାଣ ସୁନ୍ଦର ଦାସ (ପ୍ରିନସପାଲ ସାଇଟିଷ୍ଟ ଆଇ ସି ଏ ଆର, ଅଟ୍ରି ,କୋଲକତା) ଆଭାସି ମାଧ୍ୟମରେ ବିଭିନ୍ନ କୃଷି ଭିତ୍ତିକ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ମୂଖ୍ୟ ତଥା ବରିଷ୍ଠ ବୈଜ୍ଞାନିକା ସୁସ୍ମିତା ମହାନ୍ତି ରବି ଓ ଖରିଫ ଚାଷରେ କୃଷି ବିଜ୍ଞାନ କେନ୍ଦ୍ରର ଅବଦାନ ଓ ଆଗାମୀ ୨୪-୨୫ ବର୍ଷର ଚାଷ କ୍ଷେତ୍ରରେ କଣ ସଵୁ ନୂତନ ପ୍ରୟୋଗ କରାଯିବ ତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ବେହେରା (ଏ ଡି ଓ ଗୁଣପୁର), ଜଗନ୍ନାଥ ବିନ୍ଧାଣି (ଏ ଡି ଏଚ ଗୁଣପୁର) , ମନୋଜ କୁମାର ପ୍ରଧାନ (ସି ଡ଼ି ଏ ଓ ରାୟଗଡ଼ା), ଡ଼ ହାଡିବନ୍ଧୁ ଭୋଳ (ସିଡି ଭି ଓ ରାୟଗଡ଼ା), ସତ୍ୟବ୍ରତ ସାହୁ (ଏ ଏଚ ଓ ଗୁଣପୁର), ଡଃ ଜ୍ଞାନଲୋକ ଦାସ, ଡଃ ଆର ଦେବ ରଞ୍ଜନ, ସନ୍ତୋଷ କୁମାର ସାମଲ ,ତନ୍ମୟ ମହାପାତ୍ର , ସି ଡ଼ି ପି ଓ ଗୁଣପୁର ,ମୂର୍ତ୍ତକା ଓ ଜଳ ସଂରକ୍ଷଣ ବିଭାଗ ଏଵଂ ଅଗ୍ରଣୀ ଚାଷୀମାନେ ଯୋଗଦେଇ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ବିଶେଷ କରି ଆଗାମୀ ଖରିଫ ଋତୁରେ ମରୁଡି ସହନଶୀଳ ଓ ସ୍ଵଳ୍ପ ଅବଧି ଧାନ ବିହନ , ଜୈବିକ କୃଷି , ମୋ ବଗିଚା , ଅଣୁ ଜଳସେଚନ , ପାଣିପାଗ ଅନୁକୂଳ ଚାଷ , ଛତୁ ଚାଷ ,ମହୁ ଚାଷ,ସମନ୍ୱିତ ଚାଷ , ଜୈବିକ ଉପାୟରେ ରୋଗପୋକ ନିୟନ୍ତ୍ରଣ , କୃଷକ ଉତ୍ପାଦନ ସଙ୍ଗଠନ ଓ ଵଜାରିକରଣ ଉପରେ ଅଧିକ ଗୁରୁତ୍ଵ ଦେବାକୁ ଆଲୋଚନା ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଵା ବେଳେ ବୈଜ୍ଞାନିକ ପରିମଳ ତରାଇ , ନାରାମ ରାମୁ , ପାଣିପାଗ ବିଶେଷଜ୍ଞ ହିମାଦ୍ରୀ ବାଗ , ମଧୁମିତା ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault