ହେଡଲାଇନସ୍:

କଇଥା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସଚେତନ ଶିବିର l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଳକ କଇଥା ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶୈଳବାଳା ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ଵିକାଶ ପୁରୁଷ ଜନପ୍ରିୟ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତର ବିକାଶ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା ରେସନ କାର୍ଡ଼ ମାଧ୍ୟମରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୧ହଜାର ଟଙ୍କା ଏବଂ ଦୁଇଟି ବ୍ୟାଗ୍ ବଣ୍ଟନ କରିଥିଲେ । ଏପରିକି ବିଧାୟକ ଶ୍ରୀ ଜେନା ପଞ୍ଚାୟତର ବରିଷ୍ଠ ମୁରବୀ, ଆଶା, ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅମୀୟ କୁମାର ପଣ୍ଡା, ଏବିଡ଼ିଓ ଜ୍ଞାନରଂଜନ ପଣ୍ଡା,ଜିପିଓ ଜନ୍ମେଜୟ ରାଉତ, ପଞ୍ଚାୟତ ପର୍ଯ୍ୟବେକ୍ଷକ ପ୍ରୀତମ୍ କାନୁନଗୋ, ଜିଲ୍ଲାପରିଷଦ ସଭ୍ୟ ରିୟାଜୁଲ ହୋଦା, ସୁସ୍ମିତା ଦାସ, ବିଜେଡ଼ି ସଭାପତି ରାଜକିଶୋର ଜେନା, ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, କଇଥା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ଚନ୍ଦ୍ର ବେହେରା, ସମିତିସଭ୍ୟା ବନଲତା ଦଳାଇ, ପଞ୍ଚାୟତ ସଭାପତି କମଳାକାନ୍ତ ରାଉତ, ଯୁବନେତା ଅମୀୟ ନାୟକ, ଅନୁପମ ମିଶ୍ର, ଅକ୍ଷୟ ତରାଇ ଙ୍କ ସମେତ ସମସ୍ତ ଓ୍ବାର୍ଡ଼ମେସର, ଗ୍ରାମବାସୀ, ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ ।

0
0
0
s2sdefault