ହେଡଲାଇନସ୍:

ଓଡିଶା ସଚିବାଳୟ ସେବା ବର୍ଗର କାର୍ଯ୍ୟବନ୍ଦ ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର:  ଓଡିଶା ସଚିବାଳୟ ସେବା ସଂଘ ଆହ୍ବାନ କରିଥିବା ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନରେ ପହଞ୍ଚିଥିବା ସମୟରେ, ସଚିବାଳୟର ଦୈନନ୍ଦିନ କାର୍ଯ୍ୟବାଧାପ୍ରାପ୍ତ ହେବାଦ୍ୱାରା ରାଜ୍ୟର ସର୍ବୋଚ୍ଚ ଅନୁଷ୍ଠାନ ସମ୍ପୂର୍ଣ୍ଣ ପକ୍ଷାଘାତ ହୋଇପଡିଛି । ବହୁ ସଂଖ୍ୟାରେ ରାଜ୍ୟ ସଚିବାଳୟ ସେବା ଅଧିକାରୀମାନେ ସରକାରଙ୍କନିକଟରେ ବିଚାରାଧିନ ଥିବା ଆଇନଗତ ନ୍ୟାଜ୍ୟ ଦାବୀର ପୂରଣ ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପଡିଆରେ ଏକତ୍ରିତ ହୋଇଥିଲେ ।
ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ସଂଘର ନ୍ୟାୟୋଚିତ ଦାବିଉପସ୍ଥାପନ କରିବା ସତ୍ତ୍ବେ ସରକାର ଉକ୍ତ ଦାବିଗୁଡିକ ପ୍ରତି ବୈମାତୃକୀୟ ଭାବନା ପୋଷଣ କରିବା ବିଷୟକୁ ଦୋହରାଇଛନ୍ତି। ଯଦିଓ ଅନେକ ଥରବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଠାରୁ କେବଳ ଦୃଢ ଆଶ୍ଵାସନା ପ୍ରଦାନ କରାଯାଇଛି କିନ୍ତୁସେହି ପ୍ରତିଶୃତି ଗୁଡିକ ପୂରଣ କରିବା ନିମନ୍ତେ କୌଣସି ଆନ୍ତରିକତା ଦେଖାଇନଥିବା ଯୋଗୁଁ ସଂଘ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି। ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ ସରକାରଙ୍କ ପ୍ରତି ଅସନ୍ତୋଷ ଏବଂ ଦୁଃଖ ପ୍ରକାଶ କରିଛନ୍ତି ଯେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ସୁସଂଚାଳନ ପାଇଁ ନୀତି, ନିୟମ, ଯୋଜନା ଏବଂ ପ୍ରଶାସନିକ ନିର୍ଦ୍ଦେଶନାମା ପରିଚାଳନାରେ ପ୍ରମୁଖ କାର୍ଯ୍ୟକରୁଥିବା ସଚିବାଳୟ ଅଧିକାରୀଙ୍କ ଅବଦାନକୁ ସରକାର ହେୟ ଜ୍ଞାନ କରୁଛନ୍ତି ।
ସଂଘର ସଭାପତି, ଅଜୟ ସ୍ବାଇଁ କହିଛନ୍ତି ଯେ ସମସ୍ତ ସରକାରୀ କାମର ସୁପରିଚାଳନା ନିମନ୍ତେ ସଂଘ ସଦା ସର୍ବଦା ସରକାରଙ୍କୁ ସମସ୍ତ ସହାୟତା ପ୍ରଦାନ କରିଛି; କିନ୍ତୁ ସଂଘର ନ୍ୟାଜ୍ୟ ଦାବିଗୁଡିକର ପୂରଣ ନିମନ୍ତେ ରଖିଥିବା ବିଶ୍ବାସକୁ ସରକାର ବିଶ୍ୱାସଘାତକରିଛନ୍ତି।ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଏହା ଅଧିକ କଷ୍ଟଦାୟକ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ହୋଇ ମଧ୍ୟ ଏଥିରେ ହସ୍ତକ୍ଷେପ କିମ୍ବା ଆଲୋଚନା କରିବାକୁ ଆଗ୍ରହ ଦେଖାଇ ନାହାଁନ୍ତି।
ସଚିବାଳୟ ଅଧିକାରୀଙ୍କ ଦୀର୍ଘ ବିଚାରାଧୀନ ବେତନ ଅସନ୍ତୁଳନକୁ ଦୂର କରିବା, କେନ୍ଦ୍ରୀୟ ସଚିବାଳୟର ବେତନ ହାର ଅନୁଯାୟୀ ବେତନ ସଂରଚନାକୁ ସଂଶୋଧନ କରିବା ଏବଂ କ୍ୟାଡରର ପୁନଃ ନିର୍ମାଣକରିବା ହେଉଛି ସଂଘର ମୁଖ୍ୟ ଦାବି | ଶ୍ରୀ ବରାଳ କହିଛନ୍ତି ଯେ ସଂଘ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ କିମ୍ବା ୫ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ନିମନ୍ତେ ପ୍ରସ୍ତୁତ ଅଛି । ସେ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ।
ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନର ମଧ୍ୟସ୍ଥ ସମସ୍ତ ବିଭାଗ ଗୁଡିକ ଖାଲି ଏବଂ ଶୁନଶାନ ଦେଖା ଯାଉଥିଲା । ସଚିବାଳୟ କାର୍ଯ୍ୟରେ ଅସହାୟତା ସ୍ପଷ୍ଟ ବାରିହୋଇପଡୁଥିଲା । କେତେକ କ୍ଷେତ୍ରରେ, ଅଫିସ୍ କାର୍ଯ୍ୟରେ ସାହାଯ୍ୟ କରିବାକୁ ଅନୁରୋଧ କରୁଥିବାର ମଧ୍ୟ ଦେଖାଯାଇଥିଲା । ଏହି ଅଚଳାବସ୍ଥାର ଅବସାନ ନିମନ୍ତେ ଶ୍ରୀ ବରାଳ ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ କିମ୍ବା ୫ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

0
0
0
s2sdefault