ହେଡଲାଇନସ୍:

ଗୁଣପୁର ଉପଜିଲ୍ଲାପାଳଙ୍କ ଦକ୍ଷିଣ ଓଡ଼ିଶାର ତ୍ରିବେଣୀ ସଙ୍ଗମ ତଥା ଶୈବ ପୀଠ ଶ୍ରୀ ମିନାଝୋଲା ପରିଦର୍ଶନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ତଥା ଦକ୍ଷିଣ ଓଡ଼ିଶାର ତ୍ରିବେଣୀ ସଙ୍ଗମ ଭାବେ ସୁପରିଚିତ ଶ୍ରୀ ମିନାଝୋଲା ପରିଦର୍ଶନ କଲେ ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସାହୋଟା। ଶୁକ୍ରବାର ଅପରାହ୍ନରେ ଏହି ପୀଠ ଦର୍ଶନ କରିବା ସହ ଆସନ୍ତା ଜାଗରରେ କିପରି ଶାନ୍ତି ଶୃଙ୍ଖଳା ର ସହ ପୂଜାର୍ଚନା ହେବ ଏବଂ ଭକ୍ତ ଓ ଶ୍ରଦ୍ଧାଳୁ କିପରି ସୁବିଧାରେ ଦର୍ଶନ କରିପାରିବେ ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ପ୍ରତିବର୍ଷ ଜାଗର ସମୟରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଓଡିଶା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ଭକ୍ତ ଆସିଥାନ୍ତି।ପରିଦର୍ଶନ ସମୟରେ ଚନ୍ଦ୍ରପୁର ବିଡ଼ିଓ ଅକ୍ଷୟ କୁମାର ମଲିକ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

 

0
0
0
s2sdefault