ହେଡଲାଇନସ୍:

ମଉଦା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ୍ଷ୍ୟ ଗାଁର ଵିକାଶ ଗାଁର ପ୍ରଗତି -ବିଧାୟକ ପ୍ରତାପ ଜେନା l

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଳକ ମଉଦା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଚିନ୍ମୟ ବରାଳଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ଜନପ୍ରିୟ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶ ମୂଳକ ଯୋଜନା ହେଉଛି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯାହାଦ୍ୱାରା ଗାଁର ଵିକାଶ ଗାଁ ର ପ୍ରଗତି ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା ରେସନ କାର୍ଡ଼ ମାଧ୍ୟମରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୧ହଜାର ଟଙ୍କା ଏବଂ ଦୁଇଟି ବ୍ୟାଗ୍ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅମୀୟ କୁମାର ପଣ୍ଡା, ଏବିଡ଼ିଓ ଜ୍ଞାନରଂଜନ ପଣ୍ଡା, ଜିପିଓ ଜନ୍ମେଜୟ ରାଉତ, ପଞ୍ଚାୟତ ପର୍ଯ୍ୟବେକ୍ଷକ ପ୍ରୀତମ୍ କାନୁନଗୋ, ଜିଲ୍ଲାପରିଷଦ ସଭ୍ୟ ରିୟାଜୁଲ ହୋଦା, ସୁସ୍ମିତା ଦାସ, ବିଜେଡ଼ି ସଭାପତି ରାଜକିଶୋର ଜେନା, ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ,ସମିତିସଭ୍ୟା ଭାରତୀ ମିଶ୍ର, ସମବାୟସମିତି ସଭାପତି ତଥା ଯୁବ ସଂଗଠକ ସୂର୍ଯ୍ୟ କୁମାର ଦ୍ବିବେଦୀ, ଯୁବନେତା ଅମୀୟ ନାୟକ, ଅନୁପମ ମିଶ୍ର, ଅକ୍ଷୟ ତରାଇ ଙ୍କ ସମେତ ସମସ୍ତ ଓ୍ବାର୍ଡ଼ମେସର, ଗ୍ରାମବାସୀ, ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ । ପଞ୍ଚାୟତର ଵିକାଶ ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଥିଲେ l

0
0
0
s2sdefault