ଡାମନ ଏବଂ ଡିଉ ଗସ୍ତରେ କେନ୍ଦ୍ରମନ୍ତ୍ରୀ
-
• ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ବିକଶିତ ଭାରତର ଲକ୍ଷ୍ୟକୁ ବାସ୍ତବର ରୂପ ଦେବ
-
• ମହର୍ଷି ବାଲ୍ମିକୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟୋକରଖାଡାର ଉଦଘାଟନ କଲେ
-
• ଡିଉରେ ଉଚ୍ଚ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ
-
• ଡାମନ – ଡିଉ ଓ ଦାଦ୍ରା ନଗର ହାବେଳିର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଏବଂ ସାଇକେଲ ବିତରଣ କଲେ
-
• ଆଜିର ପଦକ୍ଷେପ ଗୁଡିକ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍କୁଲସ୍ତରୀୟ ଶିକ୍ଷାକୁ ସୁଦୃଢ଼ କରିବା ସହ ନୂଆ ସୁଯୋଗ ସୃଷ୍ଟି କରିବ
-
• ନମୋ ମେଡିକାଲ ଏଜ୍ୟୁକେସନ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସରକାରୀ ଇଞ୍ଜିନିୟରିଂ କଲେଜ, ରିଙ୍ଗନଓ୍ୱାଡା ସ୍ଥିତ ସରକାରୀ ପ୍ରାଥମିକ ସ୍କୁଲ କଲେ ପରିଦର୍ଶନ
-
• ଡାମନର ବରକୁଣ୍ଡ ଗ୍ରାମ ପଞ୍ଚାୟତ ଗସ୍ତ କରିବା ସହ ଡେଭକା ସମୁଦ୍ରକୂଳର ନମୋ ପଥ ବୁଲି ଦେଖିଲେ
-
• ଛାତ୍ରଛାତ୍ରୀଙ୍କ ସହ ମିଶିବା ସହ ଟେବୁଲ ଟେନିସ୍ ଖେଳିଲେ
-
• ଡାମନରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଭେଟି ଖୁସି ପ୍ରକାଶ କଲେ
ଡାମନ, ଫେବୃଆରୀ ୧୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇଛି । ଏହି ଶିକ୍ଷାନୁଷ୍ଠାନ ଗୁଡିକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଯୁବଶକ୍ତିଙ୍କ ଉର୍ଜା ଓ ପ୍ରତିଭାକୁ ପ୍ରସ୍ଫୁଟିତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶୁକ୍ରବାର କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଏବଂ ଡିଉର ଡାମନ ସହରରେ ଥିବା ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଭେଟିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଜି ଡାମନ ସ୍ଥିତ ମହର୍ଷି ବାଲ୍ମିକୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟୋକରଖାଡାକୁ ଉଦଘାଟନ କରିଥିଲେ । ସେହିପରି ପଞ୍ଜରାପୋଲ ଏବଂ ସାଉଦ୍ୱାଦୀ ଠାରେ ଡାମନ - ଡିଉ, ଦାଦ୍ରା ନଗର ହାବେଳିରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଏବଂ ସାଇକେଲ ବଣ୍ଟନ କରିଥିଲେ । ଡିଉ’ର ଭନକବରାରେ ଉଚ୍ଚ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସ୍ଲିଭାସା ସ୍ଥିତ ନମୋ ମେଡିକାଲ ଏଜ୍ୟୁକେସନ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସରକାରୀ ଇଞ୍ଜିନିୟରିଂ କଲେଜ, ରିଙ୍ଗନଓ୍ୱାଡା ସ୍ଥିତ ସରକାରୀ ପ୍ରାଥମିକ ସ୍କୁଲ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ କହିଥିଲେ ଉଦଘାଟିତ ମହର୍ଷି ବାଲ୍ମିକୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟୋକରଖାଡା ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ପ୍ରଦାନ କରିବାରେ ନିଜର ଗୁରୁ ଦାୟିତ୍ୱ ତୁଲାଇବ । ଆଜିର ଏହି ଶିକ୍ଷାମୂଳକ ପଦକ୍ଷେପ ଗୁଡିକ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍କୁଲସ୍ତରୀୟ ଶିକ୍ଷାକୁ ସୁଦୃଢ଼ କରିବା ସହ ନୂଆ ସୁଯୋଗ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନାବରଣ ହୋଇଥିବା ଜାତୀୟ ଶିକ୍ଷା ନୀତି ଆତ୍ମନିର୍ଭର ଏବଂ ବିକଶିତ ଭାରତ ପାଇଁ ଦୃଢ ମୂଳଦୁଆ ପକାଇଛି । ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ବିକଶିତ ଭାରତର ଲକ୍ଷ୍ୟକୁ ବାସ୍ତବର ରୂପ ଦେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଏପ୍ରିଲ ମାସରେ ନମୋ ମେଡିକାଲ ଏଜ୍ୟୁକେସନ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ, ଯାହାର ଶିଳାନ୍ୟାସ ୨୦୧୯ରେ ମଧ୍ୟ ମୋଦି କରିଥିଲେ । ଏହି ଉତ୍କର୍ଷ କେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ମେଡିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଦୃଶ୍ୟପଟ୍ଟକୁ ମଜଭୂତ୍ କରିବାରେ ବିଶେଷ ସହାୟକ ହୋଇଛି । ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଟେବୁଲ ଟେନିସ୍ ଖେଳିଥିଲେ।
ରିଙ୍ଗନଓ୍ୱାଡା ସ୍ଥିତ ସରକାର ପ୍ରାଥମିକ ସ୍କୁଲକୁ ଗସ୍ତ କରିବା ଅବସରରେ ସ୍କୁଲର ଶୈକ୍ଷିକ ବାତାବରଣକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ସ୍କୁଲରେ ଅମୃତ ପିଢିଙ୍କୁ ଉଲ୍ଲାସ ଏବଂ ଚାପମୁକ୍ତ ବାତାବରଣରେ ପାଠ ପଢାଇବା ସର୍ବୋଚ୍ଚ ପ୍ରାଥମିକତାରେ ରହିଛି । ଜାତୀୟ ଶିକ୍ଷା ନୀତିରେ ରିଙ୍ଗନଓ୍ୱାଡାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଆମ ଶିଶୁ ମାନଙ୍କର ବିକାଶ ପାଇଁ ବଡ ମୂଳଦୁଆ ପକାଇଛି । ଏହବ୍ୟତିତ ଡାମନ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ଗସ୍ତ କରି ଶିକ୍ଷା ପ୍ରଦାନ କରିବାରେ ଏହି ବହୁମୁଖୀ ଏକାଡେମିକ୍ ଇନଷ୍ଟ୍ୟୁଚେସନ ବିଶେଷ ଗୁରୁତ୍ୱ ଦେବା ପ୍ରଶଂସନୀୟ । ଏହାର ଶିକ୍ଷା ଭିତ୍ତିଭୂମିରେ ଅତ୍ୟାଧୁନିକ ଭିତ୍ତିଭୂମି ଗୁଡିକ ଶିୈକ୍ଷିକ ପରିବେଶ ଓ ଛାତ୍ରଛାତ୍ରୀଙ୍କ ଅଭିଜ୍ଞତାକୁ ଆଗକୁ ନେଉଛି ।
ସେହିପରି ଡାମନର ବରକୁଣ୍ଡ ଗ୍ରାମ ପଞ୍ଚାୟତ ଗସ୍ତ କରିବା ସହ ଡେଭକା ସମୁଦ୍ରକୂଳର ନମୋ ପଥ ବୁଲି ଦେଖିଥିଲେ । ଏହି ଗସ୍ତ କାଳରେ ଡାମନରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ।







