ଯନ୍ତ୍ରୀ ଠିକାଦାର ଭାଙ୍ଗି ନେଇଗଲେ ପମ୍ପ ହାଉସ, ଚୁଆପାଣିକୁ ଭରସା କଲେ ଚେରଙ୍ଗପାଇ ଗ୍ରାମବାସୀ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ୱାଧୀନତା ର 77 ବର୍ଷ ବିତିଗଲା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟରେ ମାଳ ମାଳ ଯୋଜନାମାନ ହେଉଛି। ଜଳ ହିଁ ଜୀବନ କୁହାଯାଉଥିବା ବେଳେ ରାଜ୍ୟ ସରକାର ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ଫେଲ୍ ମରୁଛନ୍ତି ଯାହା ଫଳ ସ୍ୱରୂପ ଆଜି ବି ବହୁ ଅଂଚଳରେ ଲୋକେ ଝରଣା ପାଣି କୁ ପିଇବା ପାଇଁ ବାଧ୍ୟ ହେଉଛନ୍ତି ଓ ବହୁ ମାରାତ୍ମକ ରୋଗ ର ଶିକାର ହେଉଛନ୍ତି। ରାଜ୍ୟ ସରକାର ଗ୍ରାମପଞ୍ଚାୟତକୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଉ ଥିବା ବେଳେ ପାନୀୟ ଜଳଯୋଗାଣ ଵିଭାଗ ଦ୍ବାରା ବସୁଧା ଯୋଜନାରେ ଗ୍ରାମାଞ୍ଚଳକୁ ପାଇପ୍ ଯୋଗେ ପାଣି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବଳବତ୍ତର ରହିଛି କିନ୍ତୁ ଦୁଃଖର ବିଷୟ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଚେରଙ୍ଗପାଇ ଗ୍ରାମବାସୀ 2016-17ମସିହାରୁ ଆଜି ପର୍ଯ୍ୟନ୍ତ ଚୁଆପାଣିକୁ ଵ୍ୟଵହାର କରି ବିଭିନ୍ନ ରୋଗର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି ପାଣି ସମସ୍ୟା ନେଇ ଚେରଙ୍ଗପାଇ ମହିଳା ଓ ପୁରୁଷମାନେ ଆଜି ବ୍ଲକ କାର୍ଯ୍ୟାଳୟରେ ଵିଡିଓଙ୍କ ନିକଟରେ ଗର୍ଜନ କରି କହିଛନ୍ତି ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ୟା ସମାଧାନ କରାନଗଲେ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲାଇଵେ ଵୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।ବିବରଣୀରୁ ପ୍ରକାଶ ପ୍ରାୟ ଦୀର୍ଘ 8ବର୍ଷ ହେବ ଚେରଙ୍ଗପାଇ ଗ୍ରାମରେ ଡିଏମ଼଼ଏଫ୍ ଯୋଜନାରେ ୫ଲକ୍ଷ ଟଙ୍କା ବିନିମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଠିକାଦାରଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ପମ୍ପହାଉସ। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଦୁଇଟି ଲାଇନରୁ ଗୋଟିଏ ଲାଇନରୁ ଟିକେ ଟିକେ ପାଣି ଆଠଦିନ ଆସିବା ପରେ ଆଉ ପାଣି ଆସୁନଥିଲେ ମଧ୍ୟ ମଟର ଓ ପାଇପକୁ ଠିକାଦାର ଯନ୍ତ୍ରୀ ନେଇଯାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ଯନ୍ତ୍ରୀ ଆଳ ଦେଖାଇ କହିଥିଲେ ମଟର ସଜଡା ହୋଇ ଆସିଲେ ଜଳଯୋଗଣ ହେବ। କିନ୍ତୁ ସେଵେ ଠାରୁ ପମ୍ପହାଉସରେ ଆଜି ପର୍ଯ୍ୟନ୍ତ ମଟର ଲାଗିନି, ଚେରଙ୍ଗପାଇ ଗ୍ରାମବାସୀ ଚୁଆ ଓ ନାଳ ପାଣି ଵ୍ୟବହାର କରି ଵିଭିନ୍ନ ରୋଗରେ ପିଡିତ ହେଉଥିଲେ। ଯାହାକି ଏହି ମହିଳା ମାନେ ଆଜି ବ୍ଲକରେ ହରତାଳ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ସହ ସମସ୍ତ ବିଷୟ ସରପଞ୍ଚଙ୍କ ଅବଗତି ନିମନ୍ତେ ଜଣାଇଥିବା ଗ୍ରାମବାସୀ କହିଛନ୍ତି। ହେଲେ ଏନେଇ ବିଡିଓ ଶ୍ରୀ ପ୍ରିତମ କୁମାର ତନ୍ତି ପ୍ରତିକ୍ରିୟାରେ କହିଛନ୍ତି ପାନୀୟ ଜଳର ସୁବ୍ୟବସ୍ଥା କରାଯିବା ସହ ପୋଖରୀକୁ ପୁନରୁଦ୍ଧାର କରାଯିବ ଵୋଲି ପ୍ରତିଶୃତି ଦେଇଥିଲେ।








