ହେଡଲାଇନସ୍:

ରାମକୃଷ୍ଣପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ : ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ ପ୍ରତାପ ଜେନା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନିଶ୍ଚିନ୍ତକୋଇଲି ବ୍ଳକ ରାମକୃଷ୍ଣପୁର ପଂଚାୟତ ପରିସରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରପଞ୍ଚ ଭାରତୀ ସାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବ୍ଳକ ଉପାଧ୍ଯକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ପଞ୍ଚାୟତ ପରିସରରେ ପାର୍କ, ଭତ୍ତା ବଣ୍ଟନ କେନ୍ଦ୍ରର ନୂତନ ଗୃହ, ପଞ୍ଚାୟତ କଲ୍ୟାଣୀ ମଣ୍ଡପ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଗୃହ ଏବଂ କୃଷି ପରାମର୍ଶ କେନ୍ଦ୍ରର ନୂତନ ଗୃହକୁ ଉଦଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତର ବିକାଶ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏପରିକି ପ୍ରଥମ କରି ରାମକୃଷ୍ଣପୁର ପଞ୍ଚାୟତର ଜନସାଧାରଣଙ୍କୁ ରେସନ କାର୍ଡ଼ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରାଯାଇଥିବା ୧ହଜାର ଟଙ୍କା ଏବଂ ଦୁଇଟି ବ୍ୟାଗ୍ ବିଧାୟକ ଶ୍ରୀ ଜେନା ବଣ୍ଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫ ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିରେ ସମାନୀତ ଅତିଥି ଭାବେ ବିଡିଓ ଧର୍ମରଂଜନ ପଣ୍ଡା, ସଡିପିଓ ସତ୍ୟଭାମା ବିଶୋଇ, ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ପ୍ରାକ୍ତନ ଅଧ୍ୟକ୍ଷ ସବିତା ଓଝା, ଜିଲ୍ଲାପରିଷଦ ବିପ୍ଳବ କାପ,ଜସ୍ମିତା ସେଠୀ, ସମିତିସଭ୍ୟା ନର୍ମଦା ରାଉତ, ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତି ପ୍ରକାଶ ସାଇଁ,ବିଜେଡ଼ି ଯୁବନେତା ଅଜିମ୍ ଖାଁ,ପଞ୍ଚାୟତ ସଭାପତି ଗଙ୍ଗାଧର ବସ୍ତିଆ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସରପଞ୍ଚଙ୍କ ପ୍ରତିନିଧି ମନୋରଂଜନ ସାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault