ହେଡଲାଇନସ୍:

ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାସର ୩ୟ ଶନିବାର ସ୍ୱାସ୍ଥ୍ୟ ପରୀକ୍ଷା : ଜିଲ୍ଲାପାଳ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର(ଜୟଶଙ୍କର ଦାଶ): ବରିଷ୍ଠ ନାଗରିକ ସମାଜ ଓ ସଂସ୍କାରର ମୁଖ୍ୟ ସ୍ତମ୍ଭ ସଦୃଶ । ତାଙ୍କର ସୁରକ୍ଷା, ସମ୍ମାନ ଓ ସ୍ୱାଭିମାନ ରକ୍ଷା ପ୍ରତ୍ୟେକଙ୍କର ପ୍ରଧାନ କର୍ତ୍ତବ୍ୟ ହେବା ଊଚିତ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ବରିଷ୍ଠ ନାଗରିକଙ୍କର ସମାଜ ଓ ପରିବାର ପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଊଦାହରଣ ଚ୍ଥଳରେ ବିଶିଷ୍ଟ ସାମ୍ୱାଦିକ ତଥା ଲେଖକ ଖୁସବନ୍ତ ସିଂ ଙ୍କ ଦୀର୍ଘ ଜୀବନ ସଂପର୍କରେ ତଥ୍ୟ ପ୍ରଦାନ କରି ତାଙ୍କ ଲିଖିତ ଖୁସବନ୍ତ ନାମା ପୁସ୍ତକ ପଠନ କରିବାକୁ ମତ ଦେଇଥିଲେ । ବରିଷ୍ଠ ନାଗରିକ ଆର୍ଥିକ ଭାବେ ସ୍ୱଚ୍ଚ୍ଥଳ, ବନ୍ଧୁତା ସୃଷ୍ଟି, ସ୍ୱାସ୍ଥ୍ୟ ରକ୍ଷା, ଯୋଗ ପ୍ରାଣାୟାମ ଇତ୍ୟାଦି ନିୟମିତ ଅଭ୍ୟାସ, ନିଜର ଖୁସି ଥିବା ବିଷୟକୁ ଗ୍ରହଣ ବା ହବିକୁ ବଞ୍ଚାଇ ରଖି ଆନନ୍ଦ ଲାଭ କଲେ ଦୀର୍ଘ ଜୀବନ ଲାଭ ସହ ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇପାରିବେ ବୋଲି କହିଥିଲେ । ପ୍ରତ୍ୟେକ ମାସର ୩ୟ ଶନିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ଇତ୍ୟାଦି ଦେବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ପ୍ରତ୍ୟେକ ବରିଷ୍ଠ ନାଗରିକ ସେମାନଙ୍କର ପରିବାର ଓ ପରିବେଶ ସହ ଖାପ ଖୁଆଇ ଚଳିବାକୁ ଅନୁରୋଧ କରିଥିଲେ । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେଲେ ତାହା ଦେଶର ପ୍ରଗତିର ଲକ୍ଷଣ ବୋଲି କହିବା ସହ ତାଙ୍କର ସୁରକ୍ଷା ଓ ସମ୍ମାନ ପାଇଁ ସମସ୍ତ ସହଯୋଗ ଦିଆଯିବ ବୋଲି କହିଥିଲେ । ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରପୁଂଲ ଚନ୍ଦ୍ର ସାମଲ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବରିଷ୍ଠ ନାଗରିକ ସମାଜର ବୋଝ ନୁହଁନ୍ତି ବରଂ ଅଭିଜ୍ଞତା ଓ ଅନୁଭବର ଅସରନ୍ତି ଭଣ୍ଡାର ବୋଲି କହିବା ସହ ବର୍ତ୍ତମାନ ଓ ଆଗାମୀ ପିଢୀ ସେମାନଙ୍କୁ ଊପଯୁକ୍ତ ସମ୍ମାନ, ଆଦର ଓ ଭଲପାଇବା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ବ୍ରହ୍ମା କୁମାରୀ ଲକ୍ଷ୍ମୀ ସୁସ୍ଥ ଜୀବନ ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପରେ ଶତାୟୁ ନାଗରିକ ଭାବେ ଦଶରଥପୁର ଚ୍ଥଞ୍ଚିଣା ଗ୍ରାମର ହରେକୃଷ୍ଣ ସାମଲଙ୍କୁ ଅତିଥି ମାନେ ସମ୍ୱର୍ଦ୍ଧିତ କରିଥିଲେ । ସକାଳ ଘ ୮.୩୦ ମିନିଟରେ ରାମ ମନ୍ଦିର ଠାରୁ ସମସ୍ତ ବରିଷ୍ଠ ନାଗରିକ ମାନେ ଚାଲି ଚାଲି ସହର ପରିକ୍ରମା କରି ସଂସ୍କୃତି ଭବନ ଠାରେ ସଚେତନତା ବାର୍ତ୍ତା ପ୍ରଦାନ କରି ପହଞ୍ଚି ଥିଲେ । ପରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବରିଷ୍ଠନାଗରିକ ମାନଙ୍କ ଦ୍ୱାରା କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ନାଗରିକ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault