ହେଡଲାଇନସ୍:

ଭିଜନ୍ ୨୦୩୦କୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର - ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ରହିଛି । ଏଥିପାଇଁ ସମସ୍ତ ପ୍ରକାର ଭିତିଭୂମି ଯୋଗାଇ ଦେବାପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଭୁବନେଶ୍ୱରଠାରେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଇସ୍ପାତ ଶିଳ୍ପ ସମ୍ପର୍କିତ କନକ୍ଲେଭ୍ ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଭିଜନ୍ ୨୦୩୦କୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି । ଏହାଦ୍ୱାରା ଇସ୍ପାତ ଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଦ୍ୱିତୀୟ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଆୟୋଜିତ ହେବାକୁ ଯାଉଛି । ଶିଳ୍ପପତିମାନେ ଏହାର ସୁଯୋଗ ନେବା ଉଚିତ୍ । ଓଡିଶା ଏକ ଖଣିଭିତିକ ରାଜ୍ୟ । ଏଠାରେ ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ଭରି ରହିଛି । ଦେଶରେ ଯେତେ ପରିମାଣର ଖଣିଜ ପଦାର୍ଥ ଉତ୍ପାଦନ ହେଉଛି ତାହାର ୧୪ ପ୍ରତିଶତ ଓଡିଶାରୁ ଉତ୍ପାଦନ କରାଯାଉଛି । ଲୁହାପଥର ଉତ୍ପାଦନକ୍ଷେତ୍ରରେ ଓଡିଶା ୫୦ ପ୍ରତିଶତ ଉତୋଳନ କରୁଛି । ତେଣୁ ଲୁହା ଭିତିକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାର ସୁଯୋଗ ରହିଛି । ପ୍ରତିବର୍ଷ ଲୁହା ପଥର ୩୩ମିଲିୟନ୍ ଟନ୍ ଉତ୍ପାଦନ ହେଉଛି । ୧୯୯୯-୨୦୦୦ରେ ୪ ମିଲିୟନ୍ ଟନ୍ ଲୁହାପଥର ଉତ୍ପାଦନ ହେଉଥିଲା । ବର୍ତମାନ ଦେଶରେ ଓଡିଶା ଷ୍ଟିଲ୍ ହବ୍ ରେ ପରିଣତ ହୋଇଛି । ଆନୁସଙ୍ଗିକ ଶିଳ୍ପ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଇସ୍ପାତ କ୍ଷେତ୍ରରେ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ଲାଗି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି ।

ସେ ଆହୁରି କହିଛନ୍ତିି ଯେ ତାଙ୍କ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ଭିତିଭୂମି ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଛି । ୧୮ ବର୍ଷ ମଧ୍ୟରେ ଓଡିଶାର ବନ୍ଦରର କ୍ଷମତା ବୃଦ୍ଧି ପାଇଛି । ବର୍ତମାନ ୧୯୦ ମିଲିୟନ୍ ଟନ୍ ମାଲ୍ ପରିବହନ କରାଯାଇପାରୁଛି । ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

0
0
0
s2sdefault