ହେଡଲାଇନସ୍:

 ଅଲ ଇଣ୍ଡିଆ ସର୍ଭିସ ଟ୍ରେନିଂ ସାରିବା ପରେ୮ ଆଇଏଏସଙ୍କୁ ନିଯୁକ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ୨୦୧୫ ଓ ୨୦୧୬ ବ୍ୟାଚର ୮ ଆଇଏଏସଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅଲ ଇଣ୍ଡିଆ ସର୍ଭିସ ଟ୍ରେନିଂ ସମାପ୍ତ କରିବା ପରେ ଏହି ଅଫିସରମାନଙ୍କୁ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୧୫ ବ୍ୟାଚ ଆଇଏଏସ ଆବୋଲି ସୁନୀଲ ନରଭାଣେଙ୍କୁ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି  । ସେ ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ଆଇଏଏସ ଅବଦଲ ଅଖତରଙ୍କୁ କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ , ଆଇଏଏସ ଏସ. କ୍ରିଷ୍ଣନ କେପିଙ୍କୁ ପାଟଣାଗଡ ଉପଜିଲ୍ଲାପାଳ, ଅମ୍ରିତ ରୁତୁରାଜଙ୍କୁ ରାୟଗଡା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେହିପରି ୨୦୧୬ ବ୍ୟାଚ ଆଇଏଏସ ଦିବ୍ୟଜ୍ୟୋତି ପରିଡାଙ୍କୁ ବାରିପଦା ଉପଜିଲ୍ଲାପାଳ, ଆଇଏଏସ ବିଶାଳ ସିଂହଙ୍କୁ ନୀଳଗିରି ଉପଜିଲ୍ଲାପାଳ, ଆଇଏଏସ ବିଏସ ବଲିରାମଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଓ ଆଇଏଏସ ଶିନେ୍ଦ ଦତାତ୍ରେୟ ଭାଉସାହେବଙ୍କୁ ବାଲିଗୁଡା ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

0
0
0
s2sdefault