ହେଡଲାଇନସ୍:

ଆଇଏଏସ୍ ସ୍ତରରେ ଅଦଳବଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:  ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଥିବା ଜଣାପଡ଼ିଛି । କୃଷି ନିର୍ଦ୍ଦେଶକ  ଥିବା ୨୦୦୮ ବ୍ୟାଚ୍ ଆଇଏଏସ୍ ଅଫିସର ଏମ.ମୁଥୁକୁମାରଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମ ପରିଚାଳନା ନିର୍ଦ୍ଦେଶକ  ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ନିର୍ଦ୍ଦେଶକ  (ସ୍ୱତନ୍ତ୍ର ପ୍ରକଳ୍ପ) ପ୍ରେମଚାନ୍ଦ ଚୌଧୁରୀଙ୍କୁ ବିଜୁ ଯୁବବାହିନୀର ସିଇଓ ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି । ୨୦୧୪ ବ୍ୟାଚର  ଆଇଏଏସ୍ ଚଂଚଳ ରାଣାଙ୍କୁ ଗଜପତି ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଓ ସ୍ୱାଧା ଦେବଙ୍କୁ ଜଳସମ୍ପଦ ବିଭାଗର ଉପସଚିବ (ଏହା ସହିତ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ,ବିଡିଏର ଅତିରିକ୍ତ କମିଶନର) ଭାବେ ନିଯୁକ୍ତି ଦିଆଯାଇଛି ।

0
0
0
s2sdefault