ହେଡଲାଇନସ୍:

ରେଢ଼ାଖୋଲରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଦୁଇ ମାସରେ ମହନଦୀରୁ ଜଳଯୋଗାଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ରିପୋର୍ଟ ଯଶୋବନ୍ତ ସାହୁ : ସମ୍ବଲପୁର ଜଲ୍ଲା ନୋଡ଼ାଲ ଅଫିସର ତଥା ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରେଢ଼ାଖୋଲ ଗସ୍ତ ରେ ବିଭନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି l ବ୍ଲକ ସଭାଗୃହ ରେ ଜଲ୍ଲା ପରିଷଦ ସଭ୍ୟ,ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ସଂମ୍ପର୍କ ରେ ପଚାରି ବୁଝିଥିଲେ l ସରପଞ୍ଚମାନେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସମସ୍ୟା ଗୁଡ଼ିକ ର ସମାଧାନ କରିବାକୁ ସଚିବ ଜଲ୍ଲାପାଳଙ୍କୁ ନିର୍ଦ୍ଦଶ ଦେଇଥିଲେ l ମୋଚିବାହାଳ-ବଡ଼ମାଳ  ପୂର୍ତ୍ତବିଭାଗ ରାସ୍ତା ଅବସ୍ଥା ସମ୍ପର୍କ ରେ ବଡ଼ମାଳ ସରପଞ୍ଚ ଷଡ଼ାନନ ପ୍ରଧାନ ସଚିବଙ୍କ ଦୃଷ୍ଟ ଆକର୍ଷଣ କରି ମରାମତି ଦିଗରେ ଆବଶ୍ୟକପଦକ୍ଷପ ନେବାକୁ ଦାବି କରିଥିଲେ l ବ୍ଲକ ର ବିଭିନ୍ନ ପଞ୍ଚାୟତର ଚାଷ ଜମି କୁ ଜଳସେଚନ ପାଇଁ ଖୋଳାଯାଇଥିବା ଗଭୀର ନଳକୂପ ଗୁଡ଼ିକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାଯୋଗୁଁ ଚାଷିମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଲୁହାପଙ୍କ ସରପଞ୍ଚ ଅଶ୍ୱିନୀ କୁମାର ପ୍ରଧାନ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ତେବେ ସ୍ୱାସ୍ଥ୍ୟ,ପାନିୟଜଳ,ଆବାସ ଯୋଜନା,ବିଦ୍ୟୁତ କରଣ,ଶିକ୍ଷା ,ରାସ୍ତାଘାଟ ଓ ଖାଦ୍ୟ ଯୋଗାଣ ର ସମୀକ୍ଷା l ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା , ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ତ୍ରିପାଠୀ, ସିଡ଼ଏମଓ କଲ୍ୟାଣ ଗୁପ୍ତା,କୃଷି ଉପନିର୍ଦ୍ଦେଶକ ଗଜେନ୍ଦ୍ର ନାଥ ଜେନା,ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ,ବିଡ଼ିଓ ପରକ୍ଷିତ ସାହୁ ,ଟ୍ରେନି ଆଇଏଏସ ଅାଶିଷ ପଟେଲ, ଡ଼ିଏଫଓ ସଂଗ୍ରାମ କେଶରୀ ବେହେରୀ , ବ୍ଲକ ଅଧ୍ୟକ୍ଷା କବିତା ପ୍ରଧାନ ,ଜିଲ୍ଲାପରଷଦ ସଭ୍ୟ ପ୍ରଦୀପ ପ୍ରଧାନ , ରୋଜାଲିନ ବେହେରା ,ଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ର ବିଭିନ୍ନ ବିଭାଗୀୟ ପଦାଧିକାରି ଯୋଗ ଦେଇଥିଲେ l ଅପରାହ୍ନରେ ସଚିବ ସହରର କଲେଜ ଛକ ରେ ଥିବା ଇକୋ ପାର୍କ ବୁଲି ଦେଖିଥିଲେ  l ଉପଖଣ୍ଡ ମେଡ଼ିକାଲ ରେ ନିରାମୟ ଯୋଜନା ରେ ସମୀକ୍ଷା କରିଥିଲେ l ରେଢ଼ାଖୋଲ ସହରକୁ ମହାନଦୀ ରୁ ପାନୀୟ ଦଳ ଯୋଗାଣ ପ୍ରକଳ୍ପ , କଦଳୀଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ |

0
0
0
s2sdefault