ହେଡଲାଇନସ୍:

ମୁ ଅବୋଧ. ..ନିର୍ବୋଧ....ମତେ କ୍ଷମା କରିଦିଅନ୍ତୁ, ଆଉ ଏଇ ଭୁଲ କେବେ କରିବିନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବନ୍ଧାହୋଇ ଗଲେ ଝାରପଡା, କାଟିବେ ସେଠି ୧୪ ଦିନ

  ଭୁବନେଶ୍ୱର : ମୁଁ ବୋକା....ନିର୍ବୋଧ....ଅଜ୍ଞାନତା ବଶତଃ ଭୁଲ କରି ଦେଇଛି | ମୋତେ କ୍ଷମା କରିଦିଅନ୍ତୁ | ଆଉ ଏଭଳି ଭୁଲ ଜୀବନରେ କରିବି ନାହିଁ | ଏପରି କହିବା ସହ ହାତ ଯୋଡି ବିଧାନସଭା କମିଟି ଆଗରେ ନିଜ ଭୁଲକୁ ସ୍ଵୀକାର କରୁଥିବା ବାଟୁଳି ବାଜୁନଥିବା ପାଟି ଖନି ମାରି ଯାଉଥିଲା | ସାମନାରେ ସିଂହ ମାନେ ନରସିଂହ ମିଶ୍ର | କୋଣାର୍କକୁ ସମାଲୋଚନା କଲାବେଳର ମୁହଁ ଭୁରୁଡୁ ନଥିଲା | ପ୍ରଶ୍ନ ବାଣରେ ପାଟି ଅଠା ଅଠା ହୋଇଯାଉଥିଲା | ଜୀବନ ସାରା ନେତାଙ୍କୁ ପ୍ରଶ୍ନ କରି ଆସୁଥିବା ଲୋକଟା କେବେ ଭାବିନଥିଲା ଯେ ପଶା ପାଲଟି ଯିବ, ନେତା ତାକୁ ଜେରା କରିବେ | ଦୃଶ୍ୟ କିନ୍ତୁ ଦେଖିଲା ଭଳିଆ ଥିଲା ଯେତେବେଳେ ଓଡ଼ିଶାର କଳା ସଂସ୍କୃତି ଐତିହ୍ୟ ସର୍ବୋପରି ବିଧାୟକମାନଙ୍କୁ ତାତ୍ସଲ୍ୟ କରିଥିବା ସାମ୍ବାଦିକ ତଥା ବିଜେଡିରୁ ବହିସ୍କୃତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାଙ୍ଗ ଅଭିଜିତ ମିତ୍ର ବିଧାନସଭା କମିଟି ଆଗରେ ହାଜର ହୋଇ ଜଣେ ଅବଢ଼ା ବାଳକ ଭଳି କ୍ଷମା ମାଗୁଥିଲେ | ଜେରା ମାନେ କଣ ଏଇମିତି ସେମିତି ! ପୁରା ୪ ଘଣ୍ଟା ପାଖାପାଖି | ଜେରା ସରିବା ପରେ ପୋଲିସ ଅଭିଜିତଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇ ଦେଇଛି |  ଆଉ ୧୪ ମିନିଟ ଭିଡିଓ କରି ଭାଇରଲ କରିଥିଲେକି ନାହିଁ ,୧୪ ଦିନ ସେ ବିଜେ କରିବେ ବନ୍ଦୀ ଶାଳାରେ |

  ବିଶ୍ୱ ପ୍ରସିଦ୍ଧ କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ ଆୟାର ମିତ୍ର ମଙ୍ଗଳବାର ଜେଲ ଯାଇଥିବା ଅଭିଜିତଙ୍କ ବିରୋଧରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରର ସହିଦନଗର ଥାନାରେ ମାମଲା ରହିଛି  । ଏହି ମାମଲା ଆଧାରରେ ତାଙ୍କୁ ଗିରଫ କରାଯିବା ସହ ୧୬୧ ଧାରାରେ ତାଙ୍କର ବୟାନ ରେକର୍ଡ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ମଙ୍ଗଳବାର ଦିଲ୍ଲୀରୁ ଆସି ଓଡିଶା ବିଧାନସଭା ଗୃହକମିଟି ନିକଟରେ ହାଜର ହେବା ପରେ ପୁଲିସ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିଥିଲା । ଗିରଫ ହେବା ପୂର୍ବରୁ   ଅଭିଜିତ ଓଡିଶା ବିଧାନସଭା ଗୃହକମିଟି ନିକଟରେ ହାଜର ହୋଇ କ୍ଷମାପ୍ରାର୍ଥନା କରିଥିଲେ  । ତାଙ୍କୁ ଗୃହ କମିଟି ପକ୍ଷରୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନିଦେ୍ର୍ଧଶ ଦିଆଯାଇଛି ବୋଲି କହିଛନ୍ତି ଗୃହକମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର  । ସେଦିନ ସେ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିବେ  । ଗୃହକମିଟିର ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର  ଦେବା ସହ ସେ ଓଡିଶାର କଳା ସଂସ୍କୃତି ଏବଂ ଓଡିଶାର ବିଧାୟକମାନଙ୍କ ସଂପର୍କରେ ଦେଇଥିବା ମନ୍ତବ୍ୟ ଲାଗି ଦୁଃଖପ୍ରକାଶ କରିଥିଲେ  । ଗୃହକମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନବାଣରେ ଅପ୍ରସ୍ତୁତ ହୋଇ ଅଭିଜିତ ନିଜର ନିର୍ବୋଧପଣିଆ ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଥିବା ପ୍ରକାଶ କରିଥିଲେ । ଭବିଷ୍ୟତରେ ସେ ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରହିବେ ବୋଲି କହିଥିଲେ । ସେ ଆଇ ଆମ୍ ସରି କହି ନିଜର ବୟାନ ରବା ଆରମ୍ଭ କରିଥିଲେ । ମିଳିଥିବା ସୂଚନା ଅନୁସାରେ, ଗୃହ କମିଟିର ଅନ୍ୟ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ ତାଙ୍କ ପାଟି ଖନି ମାରିଯାଉଥିବା ପରିଲକ୍ଷିତ ହୋଇଥିଲା  । ଅଭିଜିତଙ୍କୁ କୋଣାର୍କ ମନ୍ଦିର ସଂପର୍କରେ ମନ୍ତବ୍ୟ ଓ ଚିଲିକା ଉପରେ ହେଲିକପ୍ଟର ଉଡାଣ ନେଇ ପ୍ରଶ୍ନ କରାଯାଇଥିଲା  । ଗୃହକମିଟିର ସଦସ୍ୟ ବିଧାୟକ ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା, ପ୍ରମିଳା ମଲ୍ଲିକ ଓ କନକବର୍ଦ୍ଧନ ସିଂ ଦେଓ ମଧ୍ୟପ୍ରଶ୍ନ କରିଥିଲେ  । ଅଭିଜିତ ଆୟାର ମିତ୍ର ଦେଇଥିବା ମନ୍ତବ୍ୟକୁ ଗୃହ କମିଟି ପକ୍ଷରୁ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଗୃହକମିଟି ବୈଠକ ପରେ ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରର ସହିଦନଗର ଥାନାରେ ଯେଉଁ ମାମଲା ହୋଇଛି ତାହା ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା |

0
0
0
s2sdefault