ହେଡଲାଇନସ୍:

ତିର୍ତ୍ତୋଲ ବିଡିଓଙ୍କୁ ଅଭିଯୋଗ ପରେ ମଧ୍ୟ ଗ୍ରାମରେ ରାସ୍ତା ହେଉନି,ଖୋଦ୍ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନିଜ ପଞ୍ଚାୟତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିର୍ତ୍ତୋଲ/Ramesh Mohanty :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗରାମ ପଞ୍ଚାୟତ ଗରାମ (ଗଚ୍ଛାୟତସାହି)ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁଁ ସୋମବାର ଉତ୍ୟକ୍ତ ଗ୍ରାମବାସୀ ପୁନର୍ବାର ବିଡିଓଙ୍କୁ ଅଭିଯୋଗ କରିଛନ୍ତି।ଅଭିଯୋଗନୁଯାୟୀ,ଗରାମ ଗଚ୍ଛାୟତସାହି ଗ୍ରାମର ଏହି ରାସ୍ତାଟି ଯାତାୟତ ଅନୁପଯୋଗି ହୋଇପଡିଛି।ଏପରିକି ବର୍ଷାଦିନେ ଏହି ରାସ୍ତାରେ ଆଣ୍ଠୁଏ ପାଣି କାଦୁଅ ହେବା ଯୋଗୁଁ ଗ୍ରାମବାସୀ ଗ୍ରାମରୁ ବାହାରିବା କଷ୍ଟସାଧ୍ୟ ହୋଇ ପଡୁଛି।ଯାହାକି ଏହି କାଦୁଅ ପାଣି ରାସ୍ତାରେ ପିଲାମାନେ ସ୍କୁଲକୁ ଯାତାୟତ କରିବା ଓ ରୋଗୀ ମାନଙ୍କୁ ଡାକ୍ତରଖାନାକୁ ନେବାପାଇଁ ଗ୍ରାମବାସୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଗାଁ ର ଦୁଇ ପାଖ ରାସ୍ତା ମଧ୍ୟରୁ ଗୋଟିଏ ପାଖ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ବେଳେ ଅନ୍ୟ ପଟ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାଟି ଚାଷ ଜମି ମଧ୍ୟରେ ଏକ ଜମିହୁଡା ପରି ଜଣାପଡୁଛି ଯାହାକୁ ଗାଁ ଲୋକେ ମୁଖ୍ୟ ରାସ୍ତା ବୋଲି କହୁଛନ୍ତି।ନିଜ ପଞ୍ଚାୟତ ଗରାମ କୁ ସଂଯୋଗ କରୁଥିବା ଏହି ରାସ୍ତାର ଦୁର୍ଦ୍ଦଶା ବାବଦରେ ଗ୍ରାମବାସୀ ବର୍ଷ ବର୍ଷ ଧରି ବହୁବାର ତିର୍ତ୍ତୋଲ ବିଡିଓ ଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ରାସ୍ତା କାର୍ଯ୍ୟ ହୋଇପାରି ନାହିଁ।ଏନେଇ ଗତ କାଲି (ସୋମବାର) ଗ୍ରାମବାସୀ ପୁନର୍ବାର ତିର୍ତ୍ତୋଲ ବିଡିଓ ଙ୍କୁ ଭେଟି ଅଭିଯୋଗ କରିଛନ୍ତି।ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗାଁ କୁ ରାସ୍ତା ନିର୍ମାଣ କରିବାକୁ ଡିଣ୍ଡିମ ପିଟୁଥିବା ବେଳେ ଖୋଦ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନିଜ ପଞ୍ଚାୟତର ଉକ୍ତ ଗାଁ ରାସ୍ତା କାର୍ଯ୍ୟଟି କିପରି ହୋଇପାରୁ ନାହିଁ ଯେ ଗ୍ରାମବାସୀ ବର୍ଷ ବର୍ଷ ଧରି ବାରମ୍ବାର ବିଡିଓଙ୍କୁ ଗୁହାରି କରିବାକୁ ପଡୁଛି ବୋଲି ଚର୍ଚ୍ଚା ହେଉଛି।ଅଧ୍ୟକ୍ଷା ନିଜ ପଞ୍ଚାୟତର ଏହି ରାସ୍ତା ବିଷୟରେ ଜାଣିନାହାନ୍ତି ନା କିଛି ରାଜନୈତିକ ଆକ୍ରୋଶ ରୁ କରାଯାଉନାହିଁ ବୋଲି ଆଲୋଚନା ହେଉଛି ।ଯଥାଶୀଘ୍ର ଏହି ରାସ୍ତା କାର୍ଯ୍ୟ କରାନଗଲେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଅଭିଯୋଗରେ ଦର୍ଶାଯାଇଛି।ଉଚ୍ଚ ପ୍ରଶାସନ ଗ୍ରାମବାସୀଙ୍କ ଦୁଃଖକୁ ହୃଦୟଙ୍ଗମ କରି ଉକ୍ତ ରାସ୍ତା କାର୍ଯ୍ୟକୁ ଯଥାଶୀଘ୍ର କରାଯିବାକୁ ଗ୍ରାମବାସୀମାନଙ୍କ ପକ୍ଷରୁ ଦାବି ହୋଇଛି।

0
0
0
s2sdefault