ହେଡଲାଇନସ୍:

ହେମନ୍ତ ପାଢ଼ୀଙ୍କୁ ମାହାଲ  ଦାଇତ୍ୱ, ରତ୍ନାକର ରାଉତ କ୍ଷୁଦ୍ରଶୀଳ୍ପ ନିଗମ ଏମଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳ ବଦଳ

 ବିଭୁ ଷଢଙ୍ଗୀ ହେଲେ ଶିକ୍ଷା ନିର୍ଦ୍ଦେଶକ ,ବ୍ରତତୀ ହରିଚନ୍ଦନ ସଂସ୍କୃତି ନିର୍ଦ୍ଦେଶକ

ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ: ରାଜ୍ୟର ପ୍ରଶାସନିକ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ସ୍ତରରେ ଅଦଳ ବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ପ୍ରତାପ ଦାଶଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ଅବକାରୀ କମିଶନ ଭାବେ ଦେବେନ୍ଦ୍ର ମହାପାତ୍ର, ମାହାଲ ନିର୍ଦ୍ଦେଶକ ଭାବେ ହେମନ୍ତ କୁମାର ପାଢ଼ୀ, ମତ୍ସ୍ୟ ନିର୍ଦ୍ଦେଶକ  ଭାବେ ପି. କେ. ସେନାପତି, ସିଏମଜିଆଇର କାର୍ଯ୍ୟକାରୀ  ନିର୍ଦ୍ଦେଶକ  ଭାବେ ମନୀଷ ଅଗ୍ରୱାଲଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଶିଳ୍ପ ନିର୍ଦ୍ଦେଶକ  ଭାବେ ଏସ.ଆର. ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ସିଡ଼ିଏର ଉପାଧ୍ୟକ୍ଷ ଭାବେ ଶରତ ନାୟକ, ସିଏଚଏସଇ ର ଅଧ୍ୟକ୍ଷ ଭାବେ ଅମରେନ୍ଦ୍ର ପଟ୍ଟନାୟକ ଏବଂ ଓଏସଆଇସିର ଏମଡ଼ି ଭାବେ ରତ୍ନାକର ରାଉତକୁ ନିଯୁକ୍ତି ଦିଆଯାଇଛି ।

ସେହିପରି ବରିଷ୍ଠ  ଓଏଏସ ଅଫିସର ସ୍ତରରେ ମଧ୍ୟ ଶନିବାର ଏକ ବଡଧରଣର ଅଦଳବଦଳ କରାଯାଇଛି  । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମାର୍କଫେଡ ଏମ.ଡି ବିରଂଚି ନାରାୟଣ ମହାନ୍ତିଙ୍କୁ ସମବାୟ ବିଭାଗର ଅତିରିକ୍ତ ସଚିବ ଭାବେ ଘୋଷଣା କରାଯାଇଛି  । ଓଏମଏସଏମ (ଆରଏମଏସଏ) ଏଓ ଆରତୀ ରାଉତଙ୍କୁ ସେହି ସଂସ୍ଥାର ଡେପୁଟୀ ଡାଇରେକ୍ଟର ଭାବେ ଅବସ୍ଥାପିତ କରାଯାଇଛି  । ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଥିବା ଆଲୋକ କୁମାର କରଙ୍କୁ ସ୍ୱରାଷ୍ଟ୍ର ବିଭାଗର ଯୁଗ୍ମ ସଚିବ ଭାବେ, ଢେଙ୍କାନାଳର ପୂର୍ବତନ ସବ କଲେକ୍ଟର ଅବନୀକାନ୍ତ  ପଟ୍ଟନାୟକଙ୍କୁ କ୍ରୀଡା ଓ ଓ ଯୁବସେବା ବିଭାଗର ଉପସଚିବ ଭାବେ ପୂର୍ବରୁ କରାଯାଇଥିବା ବଦଳିକୁ ବାତିଲ କରାଯାଇ ତାଙ୍କୁ ବିଏମସିର ଡେପୁଟୀ କମିଶନର  ଭାବେ  ଅବସ୍ଥାପିତ କରାଯାଇଛି । ସେହିପରି ଏମଡିଏମର ନୋଡାଲ ଅଫିସର ଗଙ୍ଗାଧର ସାହୁଙ୍କୁ ଓ ସେ ଓଏସଆରଟିସି ଜେନେରାଲ ମ୍ୟାନେଜର ଭାବେ, ଏହି ସ୍ଥାନରେ ଥିବା ସରୋଜ କୁମାର ପଟେଲଙ୍କୁ ଏମଡିଏମ ନୋଡାଲ ଅଫିସର ଭାବେ ବଦଳି କରାଯାଇଛି  । ଖାଉଟୀ ବ୍ୟାପାର ତଥା ମାପ ଓଜନ ନିର୍ଦ୍ଦେଶକ ଅନନ୍ତ କୁମାର ଭୂୟାଁଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଭାବେ  ବୟନ ଶିଳ୍ପ ନିର୍ଦ୍ଦେଶକ  ସୁଶାନ୍ତ ବାରିକଙ୍କୁ ଏସଏସଇପିଡିର ଡାଇରେକ୍ଟର ଭାବେ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ବିଭୁ ପ୍ରସାଦ ଷଢଙ୍ଗୀଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ  ଭାବେ, ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଧନଜୟ ହେମ୍ବ୍ରମଙ୍କୁ   କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ଭାବେ ବଦଳ କରାଯାଇଛି ।

 ବୟନିକା ଏମ.ଡି ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ବୟନଶିଳ୍ପ ନିର୍ଦ୍ଦେଶକ ଭାବେ, ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ସଚିବ ସିଦ୍ଧାର୍ଥ ଧଳଙ୍କୁ ଟେକ୍ସଟ ବୁକ ବ୍ୟୁରୋ ନିର୍ଦ୍ଦେଶକ  ଭାବେ, ଏହି ପଦବୀର ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ସଚିବ ଭାବେ ,  ଦକ୍ଷିଣାଞ୍ଚଲ  ଆରଡିସିଙ୍କ ଅତିରିକ୍ତ ସଚିବ ଥିବା ପ୍ରଦୀପ କୁମାର ମିଶ୍ର (୨)ଙ୍କୁ ବ୍ରହ୍ମପୁର ଏମ.କେ.ସିଜି ମେଡିକାଲ କଲେଜ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଭାବେ, ପୂର୍ତ ବିଭାଗର ଅତିରିକ୍ତ ସଚିବ ଥିବା ବ୍ରତତୀ ହରିଚନ୍ଦନଙ୍କୁ ସଂସ୍କୃତି ନିର୍ଦ୍ଦେଶକ ଭାବେ, ମହିଳା ଓ ଶିଶୁ ବିଭାଗ ବିଭାଗ ଉପସଚିବ ଥିବା ସୁଧାଂଶୁ ଶେଖର ନାୟକଙ୍କୁ ମିଶନ ଶକ୍ତି ଉପସଚିବ ଭାବେ, ଯାଜପୁର ଅତିରିକ୍ତ ପିଡି, ଡିଆରଡିଏ ଇନ୍ଦ୍ରମଣି ନାୟକଙ୍କୁ ଦକ୍ଷିଣାଞ୍ଚଲ ଆରଡିସିଙ୍କ ଉପସଚିବ ଭାବେ, କନ୍ଧମାଳ ଅତିରିକ୍ତ ପିଡି ଡିଆରଡିଏ ଗୋରାଚାନ୍ଦ ଗମାଙ୍ଗୋଙ୍କୁ ଗୁଣୁପୁର ଆରଟିଡିଏର ପିଏ ଭାବେ, ଏନ ଏଚଏମର ଅତିରିକ୍ତ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କୁ  ପୂର୍ତ ବିଭାଗର ଯୁଗ୍ମ ସଚିବ ଭାବେ, ଅବକାରୀ ଉପ କମିଶନର ମୃଣାଳକାନ୍ତି ଦାସଙ୍କୁ ଏନଏଚଏମର ଅତିରିକ୍ତ ନିର୍ଦ୍ଦେଶକ  ଭାବେ, ଏସଡିଟିଇ ବିଭାଗ ଉପସଚିବ ପ୍ରସନ୍ନ  କୁମାର ଷଢଙ୍ଗୀଙ୍କୁ ସାଧାରଣ ପ୍ରଶାସକ ବିଭାଗ ଅଧିନରେ ରେ ଅଫିସର ଭାବେ ବଦଳି କରାଯାଇଥିବା ବେଳେ ଏହି  ପଦବୀର ଥିବା ସଂଗ୍ରାମ କୁମାର ରାୟ ସର୍ଦ୍ଧାରଙ୍କୁ ଏସଡିଟିର ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି  ।

 ସେହିପରି ଇସ୍ପାତ ଖଣି ବିଭାଗ ଉପସଚିବ ମଞ୍ଜୁଲତା ସ୍ୱାଇଁଙ୍କୁ ମହିଳା  ଶିଶୁ ବିକାଶ ବିଭାଗର ଉପସଚିବ ଭାବେ ଏବଂ ଅତିରିକ୍ତ ଡାଇରେକ୍ଟ ଇଷ୍ଟେଟ ଥିବା ଗଣେଶ୍ୱର ଜେନାଙ୍କୁ ଇସ୍ପାତ ଓ ଖଣି ବିଭାଗର ଯୁଗ୍ମ ସଚିବ ଭାବେ ବଦଳୀ କରାଯାଇଥିବା ବିଜ୍ଞପ୍ତିରୁ ଜଣାପଡିଛି  ।

0
0
0
s2sdefault