ହେଡଲାଇନସ୍:

କଥା ଦେଇଥିଲେକଥା ରଖିଲେ ବାଲେଶ୍ୱର ବାସୀ :  ସମ୍ବର୍ଦ୍ଧିତ କଲା ପୁଲିସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁଲିସ-ପବ୍ଲିକ୍ ସମନ୍ୱୟର ଅନନ୍ୟ ପ୍ରୟାସ

ବାଲେଶ୍ୱରରୁ ଉଜ୍ଜ୍ୱଳ କର  : ପୁଲିସ ଓ ପବ୍ଲିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବାଲେଶ୍ୱରର ଜନସାଧାରଣଙ୍କ ଆଚରଣ ଉଚ୍ଚାରଣକୁ ନେଇ ଜିଲ୍ଲା ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବେଶ ସନ୍ତୋଷ ପ୍ରକାଶ ପାଇଛି । ଗତ ପାର୍ବଣ ଓ ମହରମ ପର୍ବ ପରିଚାଳନାରେ ସହରର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ଅକୁଣ୍ଠିତ ସହଯୋଗର ପ୍ରତିଦାନ ସ୍ୱରୂପ ଜିଲ୍ଲା ପୁଲିସ ପକ୍ଷରୁ ଏକ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ନାୟକ ଏଥିରେ ସଭାପତିତ୍ୱ କରିଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ସହଯୋଗକୁ  ଭୂୟସୀ ପ୍ରଶଂସା କରିଥିଲେ । ସଂସ୍କୃତି ସମ୍ପନ୍ନ ବାଲେଶ୍ୱର ଭଳି ଜିଲ୍ଲାବାସୀଙ୍କ ବିକଶିତ ମାନସିକତା ଭାଇଚାରା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ବିଭିନ୍ନ ଅନୁଷ୍ଠାନ , ଗଣ ସଂଗଠନ, ପୂଜା କମିଟି ସମେତ ଶତାଧିକ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।  ପୌରପାଳ ଆଲୋକ କୁମାର ସାହୁ, ସଦର ତହସିଲଦାର ରଶ୍ମିରେଖା ଦେବ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏସପି ନୀତି ଶେଖର ଏଥିରେ ଯୋଗଦେଇ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହିତ ଏହି ପରମ୍ପରାକୁ ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଟିସିସି ସମ୍ପାଦକ ନରେନ୍ଦ୍ର ବିହାରୀ ଦାସ, ଏସଡିପିଓ ଅମରେଶ ପଣ୍ଡା, ଟାଉନ ଥାନାଧିକାରୀ ଦିଲ୍ଲୀପ ସାହୁଙ୍କ ସମେତ ଜିଲ୍ଲା ପୁଲିସର ବହୁ ଅଧିକାରୀ ଓ କର୍ମଚାରୀ ଏଥିରେ ମଞ୍ଚାସୀନ ହୋଇଥିଲେ ।  

0
0
0
s2sdefault