ହେଡଲାଇନସ୍:

ବାଇକ୍ ମୁହାଁମୁହିଁ ଧକ୍କା: ସମିତି ସଭ୍ୟ ଗୁରୁତର,ଦୁଇ ଆହତଙ୍କୁ ଡାକ୍ତରଖାନା ନେଇ ମାନବିକତା ଦେଖାଇଲେ ବେଲଗୁଣ୍ଠା ପୋଲିସ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି ।ଗୁରୁତରଙ୍କ ମଧ୍ୟରେ ତନରଡା ସମିତି ସଭ୍ୟ ତଥା ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଯୋଧ୍ୟା ବେହେରା ଥିବା ବେଳେ ଅନ୍ୟ ଜଣେ ତନରଡା ଛକରେ ଫାଷ୍ଟ ଫୁଡ୍ ଦୋକାନ କରିଥିବା ଭରତ ଜେନା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ତନରଡା ସମିତି ସଭ୍ୟ ଅଯୋଧ୍ୟା ବେହେରା ନିଜ ବାଇକ୍ ଯୋଗେ ତନରଡାରୁ ବେଲଗୁଣ୍ଠା ଅଭିମୁଖେ ଯାଇଥିବା ବେଳେ ବେଲଗୁଣ୍ଠା ବ୍ଳକ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଭରତଙ୍କ ବୁଲେଟ୍ ସହିତ ଜୋର୍ ରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଅଯୋଧ୍ୟା ଗାଡିରୁ ଛିଟିକି ଯାଇ ତଳେ ପଡ଼ିଯାଇଥିଲେ ଏବଂ ଏଥିରେ ତାଙ୍କ ଡାହାଣ ପଟ ଗୋଡଟି ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ଜଣାପଡିଛି । ସେହିପରି ନିଜ ଗାଡି ସହିତ ଭରତ କିଛି ମିଟର ଘୋଷାଡି ହୋଇ ତଳେ ପଡି ଗୁରୁତର ହୋଇଥିଲେ ।ଖବର‌ ପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତଙ୍କୁ ଉଦ୍ଧାର କରି ଅଯୋଧ୍ୟାଙ୍କ ପୋଲିସ ଭ୍ୟାନ ରେ ଓ ଭରତଙ୍କୁ ଅଟୋରେ ତୁରନ୍ତ ଡାକ୍ତରଖାନା ନେଇଥିଲେ । ବେଲଗୁଣ୍ଠା ପୋଲିସର ଏହି ମାନବିକତାକୁ ଦୁର୍ଘଟଣା ସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ ଭୂୟସୀ ପ୍ରଶଂସା କରିଥିବା ବେଳେ ନିଜେ ଏସ୍.ଆଇ ନାରାୟଣ ନାୟକ ଅଟୋରେ ଭରତଙ୍କୁ ଚିକିତ୍ସା ପାଇଁ ନେଇଥିବାରୁ ଅଞ୍ଚଳବାସୀ ଶ୍ରୀ ନାୟକଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତିି । ଅଯୋଧ୍ୟାଙ୍କୁ ଏକ ଆମ୍ବୁଲାନ୍ସରେ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

0
0
0
s2sdefault