ହେଡଲାଇନସ୍:

ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୫.୦୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ - ୨୦୨୪ ବିଶିଷ୍ଟ ବାଗ୍ମୀ ଓ ଭାଷାତତ୍ତ୍ବବିତ୍ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପଣ୍ଡିତ୍ ମିଶ୍ର କହିଥିଲେ ଯେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ କୃପା ଲାଭ କରିବାର ସୁଯୋଗ ମୋତେ ମିଳିଛି । ସେ ଆହୁରି କହିଥିଲେ ଯେ ଜଗତସିଂହପୁର ପୁସ୍ତକ ମେଳା ରାଜ୍ୟର ଅନ୍ୟ ପୁସ୍ତକ ମେଳା ଠାରୁ ସ୍ବତନ୍ତ୍ର ଓ ଅନନ୍ୟ । ସାହିତ୍ୟ ଏବେ ଆତ୍ମପ୍ରଚାର ସର୍ବସ୍ବ ଏବଂ ଗୋଷ୍ଠୀ ଵାଦ ମଧ୍ୟରେ କବଳିତ । ଏଥିରୁ ଆମକୁ ବାହାରିବାକୁ ପଡ଼ିବ । ଏହି ଉଦଘାଟନ ସଭାରେ ଜଗତସିଂହପୁରର ମାନ୍ୟବର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପୁସ୍ତକର ବିଲୁପ୍ତି ନାହିଁ କିମ୍ବା ପୁସ୍ତକର ଶେଷ ନାହିଁ । ମା ଶାରଳାଙ୍କ ମାଟିର ସଂସ୍କୃତି, ସଭ୍ୟତା ଓ ସାହିତ୍ୟ ଉଚ୍ଚକୋଟୀର । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି । କିନ୍ତୁ ଆମକୁ ପୁସ୍ତକ ମନସ୍କ ହେବାକୁ ପଡିବ । ଅନ୍ୟତମ ସମ୍ମାନନୀୟ ଅତିଥି ମାନ୍ୟବର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ୍ କହିଥିଲେ ଯେ ଶିକ୍ଷା ହେଉଛି ମଣିଷ ଜୀବନର ପୂର୍ଣ୍ଣତାର ମାପକାଠି । ସାହିତ୍ୟ ଓ ସମାଜ ପରସ୍ପର ପରିପୂରକ । ସାହିତ୍ୟ ହିଁ ସମାଜର ଦର୍ପଣ ସଦୃଶ୍ୟ । ସମ୍ମାନନୀୟ ଅତିଥି ଜଗତସିଂହପୁର ମ୍ୟୁନିସିପାଲଟି୍ ଅଧ୍ୟକ୍ଷା ଅର୍ଚ୍ଚନା ସିଂ କହିଥିଲେ ପୁସ୍ତକ ପଠନ ଜ୍ଞାନ ବୃଦ୍ଧି କରିବା ସହିତ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ । ସାଂସ୍କୃତିକ ପରିଷଦର ଅଧ୍ୟକ୍ଷା ତଥା ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟ୍ଟାୱରୀଙ୍କ ସଭାପତିତ୍ବ କରି କହିଥିଲେ ଯେ ସମସ୍ତେ ପୁସ୍ତକ ପଢନ୍ତୁ । ଅଭିଭାବକ ମାନେ ପିଲାମାନଙ୍କୁ ବହି ପଠନର ଅଭ୍ୟାସ କରାନ୍ତୁ । ଅନୁଷ୍ଠିତ ଉତ୍ସବରେ ପରିଷଦର ସଭ୍ୟ ଅଧ୍ୟାପକ ଭଗବାନ ଦାଶ ଵେଦପାଠ କରିଥିଲେ । ପରିଷଦର କାର୍ଯ୍ୟକାରିଣୀ ସଭ୍ୟ ମନୋଜ କୁମାର ଦାଶ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ବିଶିଷ୍ଟ କ୍ରୀଡା ସଂଗଠକ ସ୍ବର୍ଗତ ଦେବୀପ୍ରସାଦ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଆସର ଉତ୍ସର୍ଗ କରିଥିଲେ । ଏହି ଅବସରରେ ଜ୍ୟୋତ୍ସ୍ନା କୁମାରୀ ନାୟକଙ୍କ "ବିଦଗ୍ଧ ହସ୍ତାକ୍ଷର" ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହା ସହିତ ପୁସ୍ତକ ମେଳାର ପ୍ରତିଷ୍ଠାତା ସଦସ୍ୟ ହେମନ୍ତ କୁମାର ରଥ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଗୋପାଳକୃଷ୍ଣ ମିଶ୍ର, ଅମ୍ବିକା ପ୍ରସାଦ ମହାନ୍ତି, ଭଗବାନ ଦାଶ ଓ ପ୍ରଦୀପ୍ତ କିଶୋର ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସମ୍ପାଦକ ଶାରଦା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟୁଷରେ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ନିକଟରୁ ଶାରଳା ଜ୍ୟୋତି ଅଣାଯାଇଥିଲା । ସ୍ଥାନୀୟ ଚର୍ଚ୍ଚିକା ଵଜାର ନିକଟରେ ଜ୍ୟୋତି ପହଞ୍ଚିବାପରେ ପରେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ନିଆଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ପୁସ୍ତକ ମେଳା ପରିସରରେ ସ୍ଥାପନ କରାଯାଇଥିଲା । ଏହି ଜ୍ୟୋତି ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜଗତସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ,ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ୍ କୁମାର ଜେନା, ସମାଜସେବୀ ନଟବର ବାରିକ୍, ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ରାଉତ, ପ୍ରଦୀପ୍ତ କିଶୋର ଚୌଧୁରୀ,ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଗଣେଶ୍ୱର ମାଣିଆ ,ସଂପାଦକ ଶାରଦା ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ସୁଧୀର ମହାନ୍ତି,ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ମନୋଜ କୁମାର ଦାଶ,ମାନସ୍ କୁମାର କାନୁନଗୋ,ମାନସ ରଥ, ପ୍ରଦୀପ କୁମାର ଶତପଥୀ, ଭଗବାନ ଦାଶ, ଶିଶିର କୁମାର ତ୍ରିପାଠୀ, ନାଟ୍ୟକାର ଡଃ କୈଳାସ ଚନ୍ଦ୍ର ମଲ୍ଲିକ ଦୁର୍ଯ୍ୟୋଧନ ମହାରଣା, ସତ୍ୟବ୍ରତ ବିଶ୍ବାଳ, ପ୍ରଦୀପ ମିତ୍ର,ସୈ।ଭାଗ୍ୟ ବିଶ୍ବାଳ,ପ୍ରଭାତ କୁମାର ଦାସ,ସରୋଜ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ସଂଧ୍ୟା ଆସର ପରିଶେଷରେ ମା ଶାରଳା ଘଟ ନୃତ୍ୟ, କନକପୁର,ଅଳକା ଆଟର୍ସ ଏକାଡେମୀ, ମାଛଗାଁ ଓ ନୃତ୍ୟାଙ୍ଗନା ଡ୍ୟାନ୍ସ୍ ଏକାଡେମୀ, ନାଉଗାଁ ର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଷଦର ସଭ୍ୟ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ମଞ୍ଚ ସଂଚାଳନ କରିଥିଲେ । ଏହି ପୁସ୍ତକ ମେଳା ସାତ ଦିନ ଧରି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବି ଦୋଳଗୋବିନ୍ଦ ଦାଶ, ଦେବୀ ପ୍ରସାଦ ଚୌଧୁରୀ, ମହେନ୍ଦ୍ର କୁମାର ଚାନ୍ଦ୍ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault