ହେଡଲାଇନସ୍:

୧୪୪ ଆଦେଶକୁ ବି "ସି"  କଲେନି ମାଫିଆ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୪ ଘଂଟା ପୂରିନି, ଡଙ୍କାରୀରେ ଶୁଭିଲା ବ୍ଳଷ୍ଟିଙ୍ଗର ଠୋ ଠା

ଯାଜପୁର(ଜୟଶଙ୍କର ଦାଶ)  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ଡଙ୍କାରୀ ପାହାଡର ଚୋରା ପଥର କାରବାର ସମଗ୍ର ରାଜ୍ୟରେ ଚର୍ଚ୍ଚିତ ଘଟଣା ହୋଇଥିବା ବେଳେ ସରକାର ମଧ୍ୟ ଏଥିନେଇ ଜନଅସନ୍ତୋଷର ଶୀକାର ହେଉଛନ୍ତି । ତେବେ ସୋମବାର ଏହି ପାହାଡରୁ ସଂପୂର୍ଣ୍ଣ ପଥର ଚାଲାଣ ବନ୍ଦ କରାଯିବା ସହ ପାହାଡ ଅଂଚଳକୁ ୧୪୪ ଧାରା ଜାରି କରାଯାଇଛି । ଏହାପରେ ସାଧାରଣରେ ଏଥିନେଇ ସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ମହଲରେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି । ହେଲେ ଏହି ୧୪୪ ଧାରା ଜାରି ହେବାର ୨୪ ଘଣ୍ଟା ନପୁରୁଣୁ ମଙ୍ଗଳବାର ରାତି ୯ ଟା ପରେ ପୁଣି ପାହାଡ ଉପରକୁ ମାଟି ଖୋଳା ମେସିନ ଉଠିବା ସହ ପଥର ବ୍ଲାଷ୍ଟିଂ କରାଯିବା ଘଟଣା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି । ଏହାଦ୍ୱାରା ପଥର ମାଫିଆଙ୍କ ନିକଟରେ ସରକାରୀ କଳ ସଂପୂର୍ଣ୍ଣ ଆତ୍ମ ସମର୍ପଣ କରିଥିବା ବେଳେ ସରକାର ଅସହାୟ ହୋଇ ପଡିଛନ୍ତି ବୋଲି ପ୍ରମାଣିତ ହୋଇଛି । ଏଥିନେଇ ଡଙ୍କାରୀ ଗ୍ରାମରେ କେତେକ ବ୍ୟକ୍ତି ସ୍ଥାନୀୟ ଜେନାପୁର ଥାନା ପୋଲିସକୁ ମୋବାଇଲ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବାକୁ ଥାନା ତରଫରୁ ପରାମର୍ଶ ଦିଆଯିବା ଘଟଣା ମଧ୍ୟ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି । ତେବେ ୧୪୪ ଧାରା ଜାରି କରିଦେଇ ପ୍ରଶାସନ ପାହାଡର ସୁରକ୍ଷା ନେଇ କୌଣସି ପ୍ରକାର ପ୍ରତିକାର ବ୍ୟବସ୍ଥା ନକରି ପରୋକ୍ଷରେ ପଥର ବେପାରୀଙ୍କୁ ପୁଣି ପଥର ଚୋରୀ କରିବାକୁ ସୁଯୋଗ ଦେଇନାହିଁ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ରାଜ୍ୟର ଏକ ବଡ ଧରଣର ଚୋରୀ ହୋଇଥିବା ବେଳେ ଏହି ଚୋରୀକୁ ରୋକିବାକୁ ସାଧାରଣ ଜନତାଙ୍କୁ ସଚେତନ କରାଯିବା ସହ ଏକ ୨୪ ଘଂଟିଆ ସେବା ଓ ସୁରକ୍ଷା ପ୍ରଦାନ କରିବା ଭଳି ଏକ ଫୋନ ନଂବର ସାଧାରଣ ଜନତାଙ୍କୁ ପ୍ରଦାନ କରାଯିବା ଉଚିତ । ଯାହା ଫଳରେ ଏହି ଫୋନ ନଂବରରେ ଲୋକେ ପଥର ଚୋରୀ ନେଇ ସୂଚନା ପ୍ରଦାନ କରିପାରିବେ ବୋଲି ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ନଚେତ ଏଭଳି ୧୪୪ ଧାରା ଦ୍ୱାରା ସରକାର ଓ ସରକାରୀ କଳ ଅଧିକ ପ୍ରଶ୍ନବାଚୀର ସମ୍ମୁଖୀନ ହେବେ । ସେହିପରି କ୍ରସର ଗୁଡିକରେ ଗଚ୍ଛିତ ଥିବା କୋଟି କୋଟି ଟଙ୍କାର ଚୋରା ପଥର ନେଇ ପ୍ରଶାସନର ଅସ୍ପଷ୍ଟ ଭୂମିକା ମଧ୍ୟ ସାଧାରଣରେ ଅସନ୍ତୋଷର କାରଣ ହୋଇଛି । 

0
0
0
s2sdefault