ହେଡଲାଇନସ୍:

ଗୁଣପୁରରେ ତିତଲୀ ପ୍ରଭାବିତ ଅଂଚଳରେ କୃଷି ନିର୍ଦ୍ଦେଶକ ମୁଥୁକୁମାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ଠାରେ ସାମୁଦ୍ରିକ ଝଡ ତିତିଲି ପରେ କ୍ଷୟକ୍ଷତି ଆକଳନ ସହ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ମଙ୍ଗଳବାର ଦୁଇ ଅଧିକାରୀ କେତେକ ସ୍ଥାନ ବୁଲି ଦେଖିଥିଲେ । କୃଷି ବିଭାଗ ନିର୍ଦେଶକ ଶ୍ରୀ ମୁଥୁ କୁମାର କେତେକ ସ୍ଥାନ କୁ ଯାଇ କ୍ଷୟକ୍ଷତି ହୋଇଥିବା ଧାନ ଓ ଫସଲ ବୁଲି ଦେଖିଥିଲେ ।

ଏହାପରେ ଗୁଣପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକ କରି ହୋଇଥିବା କ୍ଷୟକ୍ଷତି ର ରିପୋର୍ଟ ୭ ଦିନ ମଧ୍ୟରେ ପ୍ରେରଣ କରିବାକୁ ଉପସ୍ଥିତ କୃଷି ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ । କୃଷି ଅଧିକାରୀ ଏବଂ ରାଜସ୍ବ ନିରୀକ୍ଷକ କ୍ଷୟକ୍ଷତି କ୍ଷେତ୍ର ବୁଲି ରିପୋର୍ଟ ପ୍ରସ୍ତୁତ କରିବାକୁ ଶ୍ରୀ ମୁଥୁ କୁମାର କହିଥିଲେ ।

0
0
0
s2sdefault