ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷ ଠାରେ ଗଜପତି ଜିଲ୍ଲାରେ ବିଜୁ କନ୍ୟାରତ୍ନ ଯୋଜନାର ଶୁଭାରମ୍ଭ କରାଯାଇଛି। ପ୍ରଥମେ ମୁଖ୍ୟ ଅତିଥି ଏବଂ ଉପସ୍ଥିତ ଅତିଥି ଯଥା ସୁଶ୍ରୀ ସ୍ବାତୀ ଏସ୍. କୁମାର , ଆରକ୍ଷୀ ଅଧିକ୍ଷକ , ଗଜପତି , ସୁଶ୍ରୀ ମମତା ପରିଡ଼ା , ଜିଲ୍ଲା ମଙ୍ଗଳ ଅଧିକାରୀ , ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର , ଅଧ୍ୟକ୍ଷ , ଶିଶୁ ମଙ୍ଗଳ ସମିତି , ଶ୍ରୀଯୁକ୍ତ ଅମୀୟ କୁମାର ତ୍ରିପାଠୀ , ପ୍ରଶିକ୍ଷକ , ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମାନେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ୪ଟି ପଞ୍ଚାୟତ ସମିତି ଯଥା :- କାଶୀନଗର , ଗୁମ୍ମା , ରାୟଗଡ଼ ଓ ଗୋଷାଣୀ ର ସମସ୍ତ ଆବସିକ ବିଦ୍ୟାଳୟ ର ହଷ୍ଟେଲ ସୁପିରିଣ୍ଟେଡ଼େଣ୍ଟ ଏବଂ ମେଟ୍ରୋନ୍ ଯୋଗ ଦେଇଥିଲେ।
ରାଜ୍ୟ
ଗଜପତିରେ ବିଜୁ କନ୍ୟା ରତ୍ନର ଶୁଭାରମ୍ଭ
- Hits: 273








