ହେଡଲାଇନସ୍:

ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସବ ରେ ସମାଜସେବୀ ଆମ ମାହାଙ୍ଗାର ଅଧ୍ୟକ୍ଷ ଡ଼ଃ. ଅମରେନ୍ଦ୍ର ମହାନ୍ତି ସମ୍ବର୍ଦ୍ଧିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(କଟକ-ଶାସକ ପ୍ରଶାସକ): ସମାଜ ତଥା ମାନବ ସେବା, ସଂସ୍କୃତି-ସାହିତ୍ୟ କୁ ସମ୍ମାନ ଏବଂ ପରିବେଶକୁ ସରସ, ସୁନ୍ଦର କରି ଗଢି ତୋଳିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସବ ରେ ସମାଜସେବୀ ତଥା ସ୍ୱେଚ୍ଛାସେବୀ ସଂଗଠନ ଆମ ମାହାଙ୍ଗାର ଅଧ୍ୟକ୍ଷ ଡ଼ଃ. ଅମରେନ୍ଦ୍ର ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ ଜ୍ଞାପନ କରାଯାଇଛି l ସରସ୍ୱତୀ କଳାପରିଷଦ କନ୍ଦରପୁର କଟକର ୨୦ତମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ପ୍ରତିଭା ମହୋତ୍ସବ ୨୦୨୩ ଉମାକାନ୍ତ ମଣ୍ଡପ କନ୍ଦରପୁର କଟକଠାରେ ଅନୁଷ୍ଠାନର ସଭାନେତ୍ରୀ ପ୍ରତିଭା ଶତପଥି ଓ ସଂପାଦକ ଅଶୋକ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଶତାଧିକ କୁନି କଳାକାର ନୃତ୍ୟ, ସଂଗୀତ, ଅଭିନୟ,ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ମଞ୍ଚକୁ ଦୁଲୁକାଇ ଦେଇଥିଲେ l ଆୟୋଜିତ ଉତ୍ସବରେ ପିଲାମାନଙ୍କ ମଧ୍ୟରେ ଭଜନ,ବକ୍ତୃତା, ରଚନା,କଳା, ଅଭିନୟ, ଆଧୁନିକ ନୃତ୍ୟ, ଓଡିଶୀ ନୃତ୍ୟ, ଝୋଟି ପକା ଆଦି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା l କୃତୀ ପ୍ରତି ଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ମାହାଙ୍ଗା ଅଧ୍ୟକ୍ଷ ଡଃ. ଅମରେନ୍ଦ୍ର ମହାନ୍ତି ଯୋଗ ଦେଇ ଆଜିର କୁନି କୁନି ପିଲା ଆସନ୍ତା କାଲିର ଭବିଷ୍ୟତ ଏବଂ ତାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା ଉଜ୍ଜୀବିତ ହୋଇପାରିଲେ ସମାଜର ଵିକାଶ ସମ୍ଭବ ବୋଲି ପ୍ରକାଶ କରିଥିଲେ l ଏହି ପରିପ୍ରେକ୍ଷୀରେ ସମାଜ ତଥା ମାନବ ସେବା, ସଂସ୍କୃତି-ସାହିତ୍ୟ କୁ ସମ୍ମାନ ଏବଂ ପରିବେଶକୁ ସରସ, ସୁନ୍ଦର କରି ଗଢି ତୋଳିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସରସ୍ୱତୀ କଳା ପରିଷଦ ପକ୍ଷରୁ ଡଃ. ଅମରେନ୍ଦ୍ର ମହାନ୍ତିଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଡଃ. ମହାନ୍ତି କେବଳ କଟକ ଜିଲ୍ଲା ନୁହେଁ ଅନ୍ୟ ଆଖପାଖ ପଡୋଶୀ ଜିଲ୍ଲାମାନଙ୍କରେ ମଧ୍ୟ ବୃଦ୍ଧ ଦମ୍ପତିଙ୍କ ପାଇଁ ଗୃହ ନିର୍ମାଣ କରିବା, ଗରୀବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା, ଗରିବ ଦୁସ୍ଥ ପରିବାରର ସଦସ୍ୟଙ୍କୁ ଚିକିତ୍ସା ସହାୟତା ଯୋଗାଇବା , ଶୀତଋତୁରେ ବୃଦ୍ଧ ବୃଦ୍ଧା ତଥା ନିରାଶ୍ରୟମାନଙ୍କୁ କମ୍ବଳ ବଣ୍ଟନ କରିବା, ଯୁବବର୍ଗମାନଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ଯେଉଁମାନେ ପାରଦର୍ଶିତା ଅବଲମ୍ବନ କରିଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ସହ ସମ୍ମାନୀତ କରିବା ଆଦି କାର୍ଯ୍ୟ କରିବାକୁ ନେଇ ସେ ଯେଉଁଭଳି ଭଲପାଇବା ସାଉଁଟିଛନ୍ତି ଓ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିଛନ୍ତି ସେଥିପାଇଁ ସରସ୍ୱତୀ କଳାପରିଷଦର ସଭାନେତ୍ରୀ ଶ୍ରୀମତୀ ଶତପଥି ଡଃ. ମହାନ୍ତିଙ୍କୁ ପ୍ରଶଂସା କରିଥିଲେ l ଆୟୋଜିତ ଉକ୍ତ ଉତ୍ସବରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀକାନ୍ତ ବେଉରା, ପ୍ରଫୁଲ୍ଲଚନ୍ଦ୍ର କର, ବିଜୟରାମ ବେହେରା, ଡଃ. କାଲିମୁଲ୍ଲା , ଦୁର୍ଗାପ୍ରସାଦ ପରିଡା, ରଶ୍ମିରଂଜନ ଶତପଥି, ପ୍ରଶାନ୍ତ ପଣ୍ଡା, ଗଙ୍ଗାଧର ବେହେରା ଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault