ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଵିକାଶ ଚାଲିଛି ବିଧାୟକ ପ୍ରତାପ ଙ୍କ ହାତରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାସ୍ତା-ସେତୁ ଶିଳାନ୍ୟାସ ସହ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ପ୍ରତାପ ଜେନା l          

 (ମାହାଙ୍ଗା-ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵିକାଶମୂଳକ ଶାସନ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ କରିତକର୍ମା ବିଧାୟକ ପ୍ରତାପ ଜେନା ଙ୍କ ହାତରେ ଵିକାଶମୂଳକ କାର୍ଯ୍ୟ ହୋଇଚାଲିଛି ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ l ସ୍ୱାସ୍ଥ୍ୟ କୁହ କି ଶିକ୍ଷା , ଗମନାଗମନ ହଉ କି ପାନୀୟଜଳ କଥା ସବୁକ୍ଷେତ୍ରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିକାଶର ଧାରା ଛୁଟି ଚାଲିଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ 2009 ପରଠାରୁ ବିଧାୟକ ପ୍ରତାପ ଜେନା ନେଲାପରେ ସବୁକ୍ଷେତ୍ରରେ ଵିକାଶର ଧାରା ଅନବରତ ସଫଳତମ ଶୀର୍ଷରେ ପହଁଚିପାରିଛି l ସେହିପରି ଆଉ ଏକ ଵିକାଶମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନରେ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ ପାଇଁ l ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଶନିବାର ଦିନ ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ସହିତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି l ପ୍ରଥମେ  ବିଧାୟକ ଶ୍ରୀ ଜେନା ଏକ ବିରାଟ ବାଇକ ରାଲିରେ ଆସି 2 କୋଟି 61 ଲକ୍ଷ ଟଙ୍କାରୁ ଉର୍ଧ୍ଵ ଟଙ୍କା ବ୍ୟୟରେ ଖନ୍ଦୋଳ ଠାରୁ ଝାଡ଼େଶ୍ୱରପୁର ଭାୟା ଉମର ରାସ୍ତାର ଚିଙ୍ଗୁଡ଼ିଆମୁହଁ ନାଳ ଉପରେ ନୂତନ ସେତୁର ଶିଳାନ୍ୟାସ ଏବଂ 4 କୋଟିରୁ ଉର୍ଦ୍ବ ଟଙ୍କା ବ୍ୟୟରେ ଗୋବିନ୍ଦପୁର ଠାରୁ ସାହାନିଆଜପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ l ପରେ ପରେ ବିଧାୟକ ଶ୍ରୀ ଜେନା ଭଦ୍ରେଶ୍ୱର ସ୍ଥିତ ଶୈବ ପୀଠ ଏବଂ ଭଦ୍ରେଶ୍ୱର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଗ୍ରସ୍ତ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଦୀପା ମଲିକ,ରୋଜି ସେଠି, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲାପରିଷଦ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜୋନ ସଭାପତି ଜ୍ୟୋତିରଞ୍ଜନ ସ୍ୱାଇଁ, ସରପଞ୍ଚ କମଳାକାନ୍ତ ରାଉତ, କମଳାକାନ୍ତ ଦାସ, ମନୋଜ ମଲିକ, ସମିତିସଭ୍ୟ ଲିଳିତ କୁମାର ରାଉଳ, ପଞ୍ଚାୟତ ସଭାପତି ପ୍ରଦୀପ ପ୍ରଧାନ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ବିଜୁ ଯୁବ ଜନତା ସଭାପତି ଶରତ ମହାପାତ୍ର,ପୂର୍ବତନ ସରପଞ୍ଚ ବିବେକ ପାଣି, ଯୁବନେତା କାର୍ତ୍ତିକଚନ୍ଦ୍ର ସାହୁ,ଅମୀୟ ନାୟକ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସରୋଜ ଗାହାଣ, କନିଷ୍ଠ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀ ଦାସ ଙ୍କ ସମେତ ବହୁ ବିଜୁ ଜନତା ଦଳ କର୍ମୀ, ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ l ମାହାଙ୍ଗା ଅଞ୍ଚଳରେ ଵିକାଶ ପରେ ଵିକାଶ ହୋଇ ଚାଲିଥିବାରୁ ମାହାଙ୍ଗା ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

0
0
0
s2sdefault