ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ୍ ଶିବିର ଉଦଯାପିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ବରଗଡ଼ ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଗତ ତିନିଦିନ ଧରି ଗାଇସିଲେଟ ନୋଡାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜି ଓଡିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ କୃତି ଜୁନିଅର, ସାଧନ କର୍ମୀ, କାଉନସିଲର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ରେଡକ୍ରସ ପତାକା ଅବତରଣ କରିଥିଲେ। ଏହି ସମାରୋହଟି ଜିଲ୍ଲା ରେଡକ୍ରସ ସୋସାଇଟି ସଭାପତି ତଥା ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ସମ୍ମାନିତ ଅତିଥି ଭାବେ ଗାଇସିଲେଟ ବ୍ଲକ ଚେୟାରମେନ ପ୍ରଣୟ କୁମାର ସାହୁ, ବିଡ଼ିଓ ଲକ୍ଷ୍ମଣ ମାଝୀ, ବରଗଡ଼ ଏଡିଇଓ ରାଧାକାନ୍ତ ଛତ୍ରି, ଜିଲ୍ଲା ପରିଷଦ ସଦସ୍ୟା ଝରଣା ପାଣିଗ୍ରାହୀ, ସଦସ୍ୟ ନୀଳମଣି ବରିହା,ଭଟଳି ବିଇଓ ସରୋଜ କୁମାର ଭୋଇ, ବିଶିଷ୍ଟ ସମାଜସେବୀ ରଞ୍ଜନ କୁମାର ପଣ୍ଡା,ଗାଇସିଲେଟ ସରପଞ୍ଚ ଶରତ କାଲୋ ତଥା ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୀଲ କୁମାର ବେହେରା ଯୋଗଦାନ କରିଥିଲେ। ଏହା ପୂର୍ବରୁ ସକାଳ ୬ ଟା ରେ ସାଧନ କର୍ମୀ ଧର୍ମରାଜ ପ୍ରଧାନ, ମନୋଜ କୁମାର ସାହୁ, ଶୁଭଶ୍ରୀ ଭୋଇ, ସେବାବିନିମୟଯୁକ୍ତା ବାରିକ, ଦ୍ବାଦଶ ପ୍ରଧାନ, ହେମନ୍ତ କୁମାର ସାମଲ ଜୁନିଅର ମାନଙ୍କୁ ଯୋଗଶିକ୍ଷା ଦେଇଥିବା ବେଳେ ଗାଇସିଲେଟ ଗ୍ରାମକୁ ଯାଇ ଜୁନିଅର ରେଡକ୍ରସ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏହା ସହିତ ସଡକ ସୁରକ୍ଷା ସପ୍ତାହ ପାଳନ ପୂର୍ବକ ଏହାର ବାର୍ତ୍ତା ମଧ୍ୟ ପ୍ରଚାର କରାଯାଇଥିଲା। ଏହି ତିନିଦିନିଆ ଶିବିରକୁ ଜିଲ୍ଲା ରେଡକ୍ରସ ଅଧିକାରୀ ମହେନ୍ଦ୍ର ଆଚାର୍ଯ୍ୟ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିବାବେଳେ ସେଣ୍ଟ୍ରାଲ ଅଫିସିଆଲ୍ ଭାବେ ବିଶ୍ବମ୍ବର ପ୍ରଧାନ ଓ ଫଣିନ୍ଦ୍ରନାଥ ସାହୁ ଯୋଗଦାନ କରି ସମସ୍ତ ଦାୟିତ୍ବ ସୁଚାରୁରୂପେ ତୁଲାଇଥିଲେ। ଏହି ଶିବିରରେ ହେମନ୍ତ କୁମାର ସାମଲଙ୍କୁ ଶ୍ରେଷ୍ଠ କାଉନସିଲର ତଥା ସ୍ମାରକ ନନ୍ଦ ଓ ଶ୍ରୀଜିନା ପ୍ରଧାନ କୁ ଶ୍ରେଷ୍ଠ ଜୁନିଅର ଭାବେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହି ସମାବେଶରେ ଉପସ୍ଥିତ ବାର ଜଣ ବ୍ଳକ କ୍ରୀଡା ସଂପାଦକ ତଥା ସମସ୍ତ ସାଧନ କର୍ମୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଶିବିରକୁ ଜିଲ୍ଲାର ବାରଟି ବ୍ଳକର ୧୬୮ ଜଣ ଜୁନିଅର,୨୪ ଜଣ କାଉନସିଲର ଓ ୫ ଜଣ ସାଧନ କର୍ମୀ ଯୋଗଦାନ କରିଥିଲେ। ଗାଇସିଲେଟ ବ୍ଲକ ଶିକ୍ଷା ବିଭାଗର ସମସ୍ତ ସିଆରସିସି, ଏବିଇଓ, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ଖେଳ ଶିକ୍ଷକ ତଥା ଗାଇସିଲେଟ ସରକାରୀ ନୋଡାଲ ହାଇସ୍କୁଲର ସମସ୍ତ ଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ଏହି ସମାରୋହ ସଫଳ ହୋଇଥିଲା। ଶିକ୍ଷକ ନବୀନ ଚନ୍ଦ୍ର ବରିହାଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାକାର୍ଯ୍ୟ ଶେଷରେ ବିଇଓ ରାମଲାଲ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault