ହେଡଲାଇନସ୍:

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲା ନୟାଗଡ଼ ନାଗରିକ ମଞ୍ଚ ଏବଂ ତାଳଚେର-ଗୋପାଳପୁର କ୍ରିୟାନୁଷ୍ଠାନ କମିଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନ ଉଦ୍‌ଘାଟନ ପାଇଁ ରେଳପଥ ଦେଇ ଆସୁଥିବା ବେଳେ ତାଙ୍କୁ ନୟାଗଡ଼ ନାଗରିକ ମଞ୍ଚ ଏବଂ ତାଳଚେର-ଗୋପାଳପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୟାଗଡ଼ ଟାଉନ ରେଳ ଷ୍ଟେସନଠାରେ ସାକ୍ଷାତ କରି ବିଭିନ୍ନ ଦାବି ଜଣାଇଥିଲା । ତାଳଚେର-ଗୋପାଳପୁର କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ,ନାଗରିକ ମଞ୍ଚ ପକ୍ଷରୁ ସମ୍ପାଦକ ଲକ୍ଷ୍ମୀଧର ସାହୁ,ଉପସଭାପତି ପ୍ରଦୀପ ସାହୁ,ଦାମୋଦର ସାହୁ,ଗୋକୁଳ ଷଢ଼ଙ୍ଗୀ,ପ୍ରଦୀପ୍ତ ଡାକୁଆ,ପ୍ରଫୁଲ୍ଲ ନାୟକ ତଥା ବରିଷ୍ଠ ନାଗରିକ ତ୍ରିନାଥ ସାହୁ,ନିରଂଜନ ମିଶ୍ର,ଗୋଦାବରୀଶ ସାହୁ ପ୍ରମୁଖ ରେଳମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବି ଗୁଡ଼ିକ ମଧ୍ୟରେ ତାଳଚେର-ଗୋପାଳପୁର ରେଳପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ନୟାଗଡ଼ରୁ ହାୱଡ଼ା,ବିଶାଖାପାଟଣା ଏବଂ ବାଙ୍ଗାଲୋରକୁ ନୂତନ ଟ୍ରେନ ଚଳାଚଳ କରିବା,କେନ୍ଦୁଝର-ଖୋର୍ଦ୍ଧାରୋଡ଼ ଏବଂ ପାରାଦୀପ-କଟକ ପାସେଞ୍ଜର ଟ୍ରେନକୁ ନୟାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା,ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ସେବା ଏକ୍ସପ୍ରେସ ଟ୍ରେନକୁ ଭଦ୍ରକ କିମ୍ବା ପାରାଦୀପ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା,ଦଶପଲ୍ଲାରୁ ଼ ଭୁବନେଶ୍ୱର ଏବଂ ଦଶପଲ୍ଲାରୁ ପୁରୀ ମଧ୍ୟରେ ଅଧିକ ପାସେଞ୍ଜର ତଥା ମେମୁ ଟ୍ରେନ ଚଳାଚଳ କରିବା,ନୟାଗଡ଼-ଖଣ୍ଡପଡ଼ା ରାଜ୍ୟ ରାଜପଥରେ ନିର୍ମାଣାଧିନ ଓଭରବ୍ରିଜ କାମ ବିଳମ୍ବିତ ହେଉଥିବା ବେଳେ ଏହାକୁ ତୁରନ୍ତ ଶେଷ କରିବା ସହିତ ନୟାଗଡ଼ ଷ୍ଟେସନରେ ନିର୍ମାଣାଧିନ ଦ୍ୱିତୀୟ ପ୍ଲାଟଫର୍ମ ଏବଂ ଫୁଟ ଓଭରବ୍ରିଜ କାମ ତୁରନ୍ତ ଶେଷ କରାଯିବାକୁ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନ୍ୟପକ୍ଷରେ କଟକ ବଡ଼ ଡାକ୍ତରଖାନା ଉପରେ ଜିଲ୍ଲାର ବହୁ ଅଧିବାସୀ ନିର୍ଭର କରୁଥିବାରୁ ଦଶପଲ୍ଲାରୁ କଟକ ମଧ୍ୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରାଯିବାକୁ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା । ତେବେ ଏହି ସବୁ ଦାବି ଗୁଡ଼ିକ ପ୍ରତି କେନ୍ଦ୍ର ରେଳମନ୍ତ୍ରୀ ବିଚାର କରି ଦେଖିବେ ବୋଲି କହିଥିବା ବେଳେ ତାଳଚେର-ଗୋପାଳକୁର ପ୍ରକଳ୍ପ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ରେଳମନ୍ତ୍ରୀ ପ୍ରକାଶ କରିଥିଲେ ।

0
0
0
s2sdefault