ପାଇକମାଲ :- ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ୨ୟ ପର୍ଯ୍ୟାୟ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତ୍ରି-ଦିବସୀୟ ପ୍ରଶିକ୍ଷଣ ଶିବିରରେ ୧୫ ଟି କ୍ଳଷ୍ଟର ରେ ୧୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଉଛନ୍ତି। ସିଏଚସି ମେଡିକାଲ ଅଫିସର ଡଃ ଶ୍ରୀଧର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏବିଇଓ ଧଳେନ୍ଦ୍ର କୁମାର ବାରିକ ପ୍ରଶିକ୍ଷଣର ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧନକର୍ମୀ ଡୋଳାମଣି ମାହାର, ବିକାଶ ସ୍ବାଇଁ, ରଞ୍ଜନ ବାଗ, ବୈଷ୍ଣବ ପଣ୍ଡା, ଚକ୍ରଧର ଅଜଗର, ଲିଙ୍ଗେଶ୍ବର ମୁଟକିଆ ,ରାମନାଥ ବାଗ, ନିରାକାର ପ୍ରଧାନ, ସୁଶାନ୍ତ ବରିହା, ମାଧବ ସାହୁ, ସନ୍ତୋଷ ମେହେର ଓ ଟେକରାଜ ପଟେଲ ପ୍ରମୁଖ ପ୍ରଶିକ୍ଷଣ ଦେଉଛନ୍ତି । ସୁଶାନ୍ତ କୁମାର ସାହୁ ମଞ୍ଚାସୀନ ଥିଲେ। ତ୍ରିଲୋଚନ ନାଏକ ଶିବିର ପରିଚାଳନା କରିଥିଲେ ଓ ଏବିଇଓ ରାଧେଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ପାଇକମାଳ ହାଇସ୍କୁଲରେ ୨ୟ ପର୍ଯ୍ୟାୟ ମାନ ନିର୍ଦ୍ଧାରଣ ଶିବିର ଅନୁଷ୍ଠିତ l
- Hits: 202








