ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ର ସେମେଲମୁଣ୍ଡା ଗ୍ରାମରେ ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଠାରୁ ଗ୍ରାମର ଡାଲଖାଇ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ସରପଂଚ ଉର୍ମିଳା ସେଠ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ।ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ବୁଲୁ ଦାଶ, ସୁଶାନ୍ତ ପଣ୍ଡା ଓ ଦୀପକ ପଧାନ ଯୋଗ ଦେଇ ଉଦ୍ଘାଟନୀ ମ୍ୟାଚ୍ର ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ଖେଳାଳୀଙ୍କୁ ଉତ୍ସାହିତ କହିଥିଲେ । ପ୍ରଥମ ମ୍ୟାଚରେ ବନୁପାଲି ଦମକିପାଲି, ଗୁଠୁର୍ଲା ଏବଂ ଡାଙ୍ଗବାହାଲ, ପଦମପୁର ଏବଂ ପାଣ୍ଡେ ସାରା, ମୁଣ୍ଡାପାଲି ଏବଂ ଖଇରପାଲି ଟିମ ମଧ୍ୟରେ ଖେଳ ହୋଇଥିବା ବେଳେ ବନୁପାଲି, ଗୁଠୁର୍ଲା, ପଦମପୁର,ମୁଣ୍ଡା ପାଲି ଟିମ କ୍ୱାଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ବନୁପାଲି ଏବଂ ମୁଣ୍ଡାପାଲି ସେମି ଫାଇନାଲ କୁ ଉଠିଛନ୍ତି । ମୋଟ ୧୬ ଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ବେଳେ । ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୧୦ ହଜାର ଟଙ୍କା ଓ ଟ୍ରଫି ଓ ପରାଜିତ ଟିମ୍କୁ ୬ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନେକ ମନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ସେମେଲମୁଣ୍ଡା ଗ୍ରାମର ସମସ୍ତ ସଦସ୍ୟ ଙ୍କ ମିଳିତ ପ୍ରଚେଷ୍ଟାରେ ଚତୁର୍ଥ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି
ରାଜ୍ୟ
ଚତୁର୍ଥ ଗୌରହରି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
- Hits: 198








