ହେଡଲାଇନସ୍:

ଓଡ଼ଗାଁ ତହସିଲ ମୁଖ୍ୟଫାଟକରେ ପଡିଲା ତାଲା  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡ଼ଗାଁ :  ତିତିଲି  ପ୍ରଭାବରେ ଓଡଗାଁ  ଅଂଚଳର ପ୍ରଭାବିତ ହୋଇଥିବା ଜନସାଧାରଣ ପଲିଥିନ ପାଇଁ ଓଡଗାଁ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କାର୍ଯ୍ୟାଳୟ ଖୋଲିବାର ଖୋଲିବାର ୧ଘଂଟା ମଧ୍ୟରେ ସମସ୍ତ ରାଜସ୍ୱ ଅଂଚଳରୁ ଆସିଥିବା ଶହଶ୍ରାଦ୍ଧିକ ଆବେଦନକାରୀ ପଲିଥିନ ନେବାପାଇଁ କାର୍ଯ୍ୟାଳୟ ସାମ୍ନାରେ ଅଡିବସିଥିଲେ । ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ପରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାଯାଇ  ରାଜସ୍ୱ ନୀରୀକ୍ଷକଙ୍କ କାର୍ଯ୍ୟାଳୟରୁ ବଂଟନ ବ୍ୟବସ୍ଥା କରାଯିବ  ବୋଲି କହିବା ପରେ ମଧ୍ୟ କେହି ନିଜ ଜିଦରୁ ଓହରି ନଥିଲେ । କ୍ରମଶଃ  ଉତେଜନା ବୃଦ୍ଧିପାଇବାକୁ ଲାଗିଲା । ଆବେଦନ କାରୀ ମାନେ ତହସିଲଦାରଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ବନ୍ଦ କରିଦେଇଥିଲେ । ଘଟଣା ସ୍ଥଳରେ ଆଇଆଇସି ପହଂଚିବା ପରେ ଲୋକମାନଙ୍କୁ ବୁଝାସୁଝା କରିବାରୁ ସେମାନେ ଫେରିଯାଇଥିଲେ । ଏଠାରେ ସୂଚନା ଯୋଗ୍ୟଯେ ତିତିଲ ପ୍ରଭାବ ପରେ ତହସିଲ କାର୍ଯ୍ୟାଳୟରେ ପଲିଥିନ ବଂଟନ କରାଯାଉଥିଲା । ତେଣୁ ପ୍ରଭାବିତମାନେ ଏହି କାର୍ଯ୍ୟାଳୟରୁହିଁ ପଲିଥିନ୍ ନେବାପାଇଁ ଜିଦ ଧରିବାରୁ ଉପରୋକ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । 

0
0
0
s2sdefault