କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସକ :କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉପଲକ୍ଷେ ଚଳିତ ବର୍ଷ ମଧ୍ୟ୍ୟ କଳାର ହାଣ୍ଡି କଳାହାଣ୍ଡିର କଳାସଂକୃତି ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାବହ କଳାହାଣ୍ଡି ଘୁମୁରା ୨୦୨୪ ଦେଖିବାକୁ ମିଳିଛି l କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଗ୍ରାମପଞ୍ଚାୟତର ଦୁର୍ଗା ମଣ୍ଡପ ସମୁଖରେ ଉତ୍କେଲା ସରପଞ୍ଚ ନରେନ୍ଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର ଦିନ ସକାଳ ୭ଘଣ୍ଟା ସମୟରେ ଉତ୍କେଲା ଗ୍ରାମର ମା ଡହକା ଙ୍କ ଆଶୀର୍ବାଦ ନେଇଁ ପ୍ରଥମେ ମଶାଲ ଯାତ୍ରା ଆରମ୍ଭ କରି ଗାଁ ପରିକ୍ରମା କରିଥିଲେ l ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇଥିଲେ l ସମ୍ମାନିତ ଅତିଥିଭାବେ ପଞ୍ଚୟତ ସମିତି ଅଦକ୍ଷ୍ୟ ଚନ୍ଦନ ସେନାପତି l କୁଣ୍ଡବନ୍ଦ ସମିତି ସଭ୍ୟ ମନୋଜ କୁମାର ପଟନାୟକ l ଚାଁଚେର ସରପଞ୍ଚ ଅଞ୍ଜୁ କୁମ୍ଭାର l ପାଶ୍ଟିକୁଡ଼ି ସମିତି ସଭ୍ୟା ସୀତା ଚୌଧରୀ l
ଉତ୍କେଲା ସମିତି ସଭ୍ୟ ତ୍ରିନାଥ ମାଝୀ ନାଏବ ସରପଞ୍ଚ ମୀରା କୁମ୍ଭାର ଓ ସମସ୍ତ ୱାର୍ଡ ର ୱାର୍ଡ ମେମ୍ବର ଯୋଗଦେଇ ଥିଲେ l ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇଁ କଣ୍ଠ ଶିଳ୍ପୀ, ହୁଳହୁଳି ଝୋଟି ଓ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିବା ବେଳେ ସିଆରସିମା ମାନେ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ ଙ୍କୁ ଆଗେଇ ନେଇଁ ମଞ୍ଚ ପରିଚାଳନା ଗିରିଜା ବେହେରା କରିଥିଲେ l








