ହେଡଲାଇନସ୍:

ଓ୍ବାର୍ଡ ସ୍ତରରେ ସଂଗଠନ ମଜଭୁତ କରୁଛନ୍ତି ଯୁବନେତା ମଣ୍ଟୁ ନାଏକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସନ: ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ଏନଏସିର ଓ୍ବାର୍ଡ ନଂ ୩ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଜେଡ଼ି ସଂଗଠନକୁ କିଭଳି ଓ୍ବାର୍ଡ ସ୍ତରରୁ ଅଧିକ ମଜଭୂତ ଓ କ୍ରିୟାଶୀଳ କରିହେବ ସେ ନେଇ ଆଲୋଚନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସକଂଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ନେତା ଲମ୍ବୋଦର ସୁନାନୀ , ଲଲିତ ମଙ୍ଗରାଜ, ଆଶୁତୋଷ ବେହେରା ,ଅଶ୍ବିନ ତାଣ୍ଡି , ଦିଲ୍ଲିପ ଅରୁଆ , ଆଶିଷ ଛତର, ମହିଳା ନେତ୍ରୀ ସରସ୍ବତୀ ସୁନା, ବୃନ୍ଦା ସୁନା ତଥା -ଛାତ୍ର , ମହିଳା, ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।

0
0
0
s2sdefault