ହେଡଲାଇନସ୍:

ସରୁନି ଦାଦନ ଦୁଃଖ ପ୍ରସବ ବେଳେ ସ୍ତ୍ରୀ ମୃତ, ସ୍ବାମୀଙ୍କ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସକ :କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଦାଦନ ଦୁଃଖ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଦାଦନ ଯାଇଥିବା ଦମ୍ପତି ପ୍ରସବ ପାଇଁ ଗାଁକୁ ଫେରୁଥିବା ବେଳେ ବାଟରେ ଅପରିପକ୍ବ ଯାଆଁଳା ଶିଶୁ ଜନ୍ମ ହୋଇଥିଲେ । ପ୍ରସବ ସମୟରେ ସ୍ତ୍ରୀ ଙ୍କ ବିଶାଖାପାଟଣା ଡାକ୍ତରଖାନାରେ ଦୁଃଖରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ମ୍ରିୟମାଣ ସ୍ଵାମୀ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ତାଙ୍କର ଯାଆଁଳା ଶିଶୁ ବିଶାଖାପାଟଣାର ଏକ ଡାକ୍ତରଖାନାରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କନ୍ଧମାଳ ଜିଲ୍ଲା ବେଳଘର କାଉଗୁଡ଼ାର ଜନ୍ମଜୟ ନାଏକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଟୁଙ୍ଗି ଗାଁର ଉମା ଙ୍କୁ ବିବାହ କରି ଘରଜୋଇଁ ହୋଇ ରହିଥିଲେ। ପରେ ଉଭୟ ଦାଦନ ଖଟିବାକୁ କେରଳ ଯାଇଥିଲେ। ଉମାଙ୍କ ପ୍ରସବ ସମୟ ପାଖେଇ ଆସିବାରୁ ଉଭୟ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଷ୍ଟେସନରେ ସ୍ତ୍ରୀ ଉମାଙ୍କ ହଠାତ୍ ପ୍ରସବ ଯନ୍ତ୍ରଣା ହୋଇଥିଲା। ରେଳବାଇ ପୁଲିସ ସହାୟତାରେ ତାଙ୍କୁ ସେଠାକାର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଯାଆଁଳା ଶିଶୁକୁ ଜନ୍ମ ଦେବା ପରେ ଉମାଙ୍କ ମୃତ୍ୟୁ ହୋଇଯାଇଥିଲା। ଶିଶୁ ଦ୍ବୟ ଗୁରୁତର ହେବାରୁ ସେମାନଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

0
0
0
s2sdefault