ହେଡଲାଇନସ୍:

ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି;  ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହଠାରର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ସାଧାରଣତନ୍ତ୍ର ଦିବସ ଦିନ ଭୋର 4,30 ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ପ୍ରଚାର କରାଯିବ । 5,30ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ 7,30 ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଓ 08,30ସମୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଉପ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବେ । ସମୁଦାୟ 23ଟି ପ୍ୟାରେଡ଼ ଦଳ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଭାରତୀୟ ରିଜର୍ଭ ର୍ଫୋର୍ସ, ଭାମିନି ପ୍ୟାରେଡ଼ର ସମ୍ପୂର୍ଣ ଦାୟିତ୍ୱ ଗ୍ରହଣ କରିବେ । ଜାନୁୟାରୀ 18 ଓ 19 ଦୁଇଦିନ ଧରି ମିନି ଷ୍ଟାଡିୟମ ଠାରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜାନୁୟାରୀ 20, 22 ଓ 24 ତିନିଦିନ ମିନି ଷ୍ଟାଡିୟମ ଠାରେ ପ୍ୟାରେଡ଼ର ପୂର୍ବଭ୍ୟାସ କରାଯିବାକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା । ଆଜିର ଏହି ବୈଠକରେ ପ୍ରକଳ୍ପ ପ୍ରଶାସକ ଶାନ୍ତିପ୍ରଭା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନଡେପୁଟି କମାଣ୍ଡାଣ୍ଟ, ଭାରତୀୟ ସଂରକ୍ଷିତ ବାହିନୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ସୁରଜ ନାୟକ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ବନଖଣ୍ଡ ଅଧିକାରୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଜାତା ଦାସ, ଲେଫ୍ଟନାଣ୍ଟ ସୁସ୍ମିତା ବାଉରୀ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ ହେମାନନ୍ଦ ବରିହା, ସାମ୍ବାଦିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ସଂଯୋଜନା କରିଥିବା ବେଳେ ଅନନ୍ତ ପାତ୍ର ସହଯୋଗ କରିଥିଲେ ।

 

0
0
0
s2sdefault