ବାଲୁଗାଁ (ସେକ କୌସର): ଆଜି ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ବିରିବାଡ଼ି ପଞ୍ଚାୟତ ମା’ ରତ୍ନମାଳା ମନ୍ଦିର ପ୍ରାଙ୍ଗଣରେ ଚିଲିକା ଡ୍ରାଇଭର ମହାସଙ୍ଘ ପକ୍ଷରୁ ସଭାପତି ସନ୍ତୋଷ କୁମାର ବେହେରାଙ୍କ ସଭାପତିତ୍ୱରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ କୌଣସି ଡ୍ରାଇଭର ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଅନୁକମ୍ପା ସହାୟତା ଦେବାପାଇଁ ସରକାର ଘୋଷଣା କରିଥିଲେ। ମାତ୍ର ଅଦ୍ୟାବଧି ଏହା କାର୍ଯ୍ୟକାରୀ ହୋଇ ନଥିବାରୁ ଅନେକ ଡ୍ରାଇଭର ପରିବାର ବେସାହାରା ହୋଇପଡିଛି। ଏଥିସହିତ ସମସ୍ତ ଡ୍ରାଇଭର ମାନଙ୍କ ସୁରକ୍ଷା ପାଇଁ ଦାବି ହୋଇଛି।ଏହିପରିପ୍ରେକ୍ଷୀରେ ନାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ଏହି ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସମ୍ପାଦକ ପ୍ରଦୀପ କୁମାର ଶତପଥି କହିଛନ୍ତି। ଉକ୍ତ ବୈଠକରେ ଉପସଭାପତି ସରୋଜ କୁମାର ତରାଇଙ୍କ ନେତୃତ୍ୱରେ ୩ ଶହରୁ ଉର୍ଦ୍ଧ୍ବ ଡ୍ରାଇଭର ସାମିଲି ହୋଇଥିଲେ।
ରାଜ୍ୟ
ଚିଲିକା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ
- Hits: 265








