ହେଡଲାଇନସ୍:

ନିଜକୁ ମିଳିଥିବା ଇନ୍ଦିରା ଆବାସରେ ରହିବାକୁ  ମିଳିଲାନି ୬ଫୁଟ ଯାଗା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନାହାରରେ ଆଖି ବୁଜିଲେ ଦୃଷ୍ଟିବାଧିତ ଭିନ୍ନକ୍ଷମ

ଓଡଗାଁ :  ଓଡଗାଁ ଥାନା ପାଣ୍ଡେରୀପଡା ପଂଚାୟତର ଦେଓଗାଁରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଜଣେ ନିଃସହାୟ ଦୃଷ୍ଟିବାଧିତ ଭିନ୍ନକ୍ଷମର ଅନାହାରର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ଯୁଗଳ କିଶୋର ବେହେରା(୬୩) । ମାଗି ଯାଚି ଜୀବନକୁ ଜିଆଇଥିବା ଯୁଗଳ ପ୍ରାୟ ୧ସପ୍ତାହ ହେଲା ଶରୀରରେ ପିଡା ଥିବାରୁ କେଉଁଆଡେ ଯାଇପାରି ନଥିଲେ । ଏବଂ ଏଇ ଅସହାୟ ସମୟରେ ସହଯୋଗ କରିବା ପାଇଁ କେହି ଆଗେଇ ଆସିନଥିଲେ । ଗାଁର ରାଧାକୃଷ୍ଣ ମଠରେ ପଡିରହି ସେ ଆଜି ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଥିଲେ । ଘଟଣାରୁ ଜଣାଯାଏ ବାଲ୍ୟକାଳୁ ଦୃଷ୍ଟିଶକ୍ତି ହରାଇ ନଥିବା ଯୁଗଳ ୧୦ବର୍ଷ ବୟଷରେ କୈାଣସି କାରଣରୁ ଦୃଷ୍ଟିଶକ୍ତି ହରାଇଥିଲେ । ସେତେବେଳେ ପରିବାର ସହିତ ଥିବାରୁ କୈାଣସି ମତେ କିଛିଦିନ କଟିଯାଇଥିଲା । ବାପାମା ଚାଲିଯିବା ପରେ ଭାଇମାନେ ଅଲଗା ହୋଇଗଲେ । ଯୁଗଳ ସମ୍ପୁନ୍ନ ନିସଙ୍ଗ ଓ ଏକୁଟିଆ ହୋଇ ଗାଁର ରାଧାକୃଷ୍ଣ ମଠରେ ରହୁଥିଲେ । କିଏ କିଛି ଦେଉଥିଲେ ଖାଉଥିଲେ ନୋହିଲେ ଉପାସରେ ଶୋଉଥିଲେ । ସରକାରୀ ସହାୟତା ମିଳୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେପରି ଦୁଃଖେକଷ୍ଟେ ୧୦ଦି ଚଳିଯାଉଥିଲା । ଅବଶିଷ୍ଟ ୨୦ଦିନ ତାଙ୍କୁ ଅନ୍ୟ ଉପରେ ନିର୍ଭର କରି ଚଳିବାକୁ ପଡୁଥିଲା । ନିଜ ନାମରେ ମିଳିଥିବା ଇନ୍ଦିରା ଆବାସ ପରିବାର ଲୋକଙ୍କୁ ଉପହାର ସ୍ୱରୁପ ଦେଇଦେଇଥିଲେ । ଏବେ ସେଠାରେ ତାଙ୍କ ଭାଇ ପରିବାର ସହିତ ରହୁଛନ୍ତି । କିନ୍ତୁ ସେହିଘରେ ୬ଫୁଟ ଯାଗା ମିଳିଲାନି ଯୁଗଳଙ୍କୁ । ଅନେକ ଦିନଧରି ଯୁୁଗଳଙ୍କ ସହିତ ଏପରି ଘଟଣା ଗୁଡିକ ଘଟିଚାଲିଥିଲା ବେଳେ ପରିବାର, ସମାଜ, ଗାଁ ସର୍ବୋପରୀ ପ୍ରଶାସନ ଆନ୍ତରିକତା ସହକାରେ ଦୃଷ୍ଟି ଦେଇଥିଲେ ହୁଏତ ଯୁଗଳଙ୍କ ଶେଷ ସମୟଟା କିଛି ଭିନ୍ନ ହୋଇଥାନ୍ତା । ନିଜ ପରିବାର ଲୋକଙ୍କ ଅମାନବିକତା ଆଉ ପ୍ରଶାସନର ଉଦାସୀନତା ପାଇଁ ଶେଷରେ ଆଖି ବୁଜିଲେ ଯୁଗଳ |   

  

   

0
0
0
s2sdefault