ହେଡଲାଇନସ୍:

କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଉଦ୍‍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୫ ।୧: ୪୦ତମ ସର୍ବଭାରତୀୟ ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଶୁକ୍ରବାର କିଟରେ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଲାପ ହେଉଛି ସୁନ୍ଦର ଓ ଭଲ ପାଇବାର ପ୍ରତୀକ ବୋଲି କହିଥିଲେ। ଭଗବାନଙ୍କ ଦ୍ୱାରା ସୃଷ୍ଟ କିଟ୍‍ ଓ କିସ୍‍କୁ ମର୍ତ୍ତ୍ୟର ନନ୍ଦନକାନନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମ୍ମାନୀୟ ଅତିଥି ଭାବେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ ଯୋଗ ଦେଇ କହିଲେ, କିଟରେ ବର୍ଷ ଆରମ୍ଭରୁ ରୋଜ କନ୍‍ଭେନ୍‍ସନ୍‍ ଓ ଗୋଲାପ ପ୍ରଦର୍ଶନୀ ଆୟୋଜିତ ହେବା ଆନନ୍ଦର ବିଷୟ। ଫୁଲ ସମସ୍ତଙ୍କ ମନ ମୋହିଥାଏ। ମନରେ ଦୁଃଖ ଆସିଲେ ଫୁଲ ବଗିଚାରେ ବୁଲି ଆସିଲେ ଶାନ୍ତି ମିଳିଥାଏ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଆୟୋଜନ କମିଟିର କାର୍ଯ୍ୟକାରୀ ସଭାପତି ଡ. ସୁଦର୍ଶନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରତୀୟ ରୋଜ ଫେଡେରେସନ୍‍ର ସଭାପତି ସଂଯୋଗିତା ଧନୱାତେ, ଉପସଭାପତି ଡ. ଏନ୍‍ କେ ଡଡ୍‍ଲାନି, ଆୟୋଜନ କମିଟି ସମ୍ପାଦକ ହେମନ୍ତ କୁମାର ପଲ, ଉପସଭାପତି ବି ଏନ୍‍ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀରେ ଓଡ଼ିଶାରୁ ନାଲ୍‍କୋ, ଟାଟା, ପାୱାରଗ୍ରିଡ଼୍‍, ଜିନ୍ଦଲ, ଆଦାନୀ, ରିଲାଏନ୍‍ସ ଆଦି କର୍ପୋରେଟ ହାଉସ୍‍ ସମେତ ସମଗ୍ର ଦେଶରୁ କୃଷି ବୈଜ୍ଞାନିକ, ନର୍ସରୀମ୍ୟାନ, କୃଷକ ଏବଂ ଉଦ୍ୟୋଗୀ ଆଦି ୨୫୦ ପ୍ରତିନିଧି ଦେଇଥିବା ବେଳେ ୧୫ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ଗୋଲାପ ପ୍ରଦର୍ଶନ ପାଇଁ ସଜାଯାଇଛି। ଏହି ଅବସରରେ ଲର୍ଡ ଜଗନ୍ନାଥ, ଲର୍ଡ ଲିଙ୍ଗରାଜ, ଶେଫାଳୀ ଓ ରାଧା ନାମରେ ନାମିତ ୪ଟି ନୂତନ ପ୍ରଜାତିର ଗୋଲାପକୁ ମୁଖ୍ୟ ଅତିଥି ଶ୍ରୀ ସାମନ୍ତ ଲୋକାର୍ପଣ କରିଥିଲେ।

ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଏଭଳି ମେଗା ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। କିଟ୍‍ ଗୋଲାପ ସୋସାଇଟି, ଓଡ଼ିଶା ଗୋଲାପ ସୋସାଇଟି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଉଦ୍ୟାନ କୃଷି ସୋସାଇଟି ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମିଳିତ ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଓ ମେଗା ସର୍ବଭାରତୀୟ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଜାନୁଆରୀ ୬ ଓ ୭ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ‘ଗୋଲାପ ପ୍ରଦର୍ଶନୀ’ ଖୋଲା ରହିବ। କାର୍ଯ୍ୟକ୍ରମରେ ସ୍ମରଣିକା ରୋଜ ସୋଭେନିର ଓ ଓଡ଼ିଶା ଉଦ୍ୟାନ କୃଷି ସୋସାଇଟିର ସାଇଣ୍ଟିଫିକ୍ ଜର୍ଣ୍ଣାଲ ରୋଜ ଆନୁଆଲ୍‍ ଉନ୍ମୋଚିତ ହୋଇଥିଲା।

0
0
0
s2sdefault