(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତ ମଧୁସୁଦନ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ 3 ଦିନ ଧରି ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ପ୍ରଧାନଶିକ୍ଷକ ସଞ୍ଜୟ ବେହେରା ଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ପରିଚାଳନା ସମିତି ସଭାପତି ପୁଷ୍ପଲତା ଦ୍ବିବେଦୀ, ସରପଞ୍ଚ ଚିନ୍ମୟୀ ବରାଳ, ସିଆରସିସି ଅକ୍ଷୟ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ କୃତୀ ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ଲେଙ୍କା, କବିତା କୁମାରୀ ରାଉତ, ଦିଲ୍ଲୀପ କୁମାର ଦେ, ସୁସ୍ମିତା ବାରିକ, ସୁଷମା ବଲ୍ଲଭ ରାୟ, ରବୀନ୍ଦ୍ରନାଥ ନାୟକ, ରତ୍ନାକର ସେଠି, ସନ୍ତୋଷ କୁମାର ଦାସ, ରଂଜିତା ପ୍ରଧାନ, ହୃଷିକେଶ ଦାଶ, ପଞ୍ଚାନନ ବାରିକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ୟ ସଭ୍ୟା, ଛାତ୍ର ଛାତ୍ରୀମାନେ ଯୋଗଦାନ କରି ସହଯୋଗ କରିଥିଲେ l ଏହି ଦୌଡ଼ା, ପୁଚି, ଆଳୁ ଚାମଚ, ସଟଫୁଟ, ଡିସକସ, ବାସ୍କେଟ ବଲ ଆଦି ବହୁ କ୍ରୀଡା ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ଉତ୍ସବରେ ଛାତ୍ରୀ ଶୁଭଲକ୍ଷ୍ମୀ ସିଂ, ଛାତ୍ର କୃଷ୍ଣ କାଣ୍ଡି, ଚିନ୍ମୟ କୁମାର ବାରିକ, ଦିନେଶ ରଞ୍ଜନ ବେହୁରା ଚମ୍ପିୟାନ ହୋଇଥିଲେ l ଚମ୍ପିୟାନ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଏବଂ ମେଡାଲ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା l
ରାଜ୍ୟ
ମଉଦା ମଧୁସୁଦନ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ : କ୍ରୀଡା ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ଵିକାଶ ସମ୍ଭବ- ମୁଖ୍ୟଅତିଥି l
- Hits: 215








