ହେଡଲାଇନସ୍:

୬୫ହଜାର ରିଲିଫ ଟଙ୍କା ମାରି ନେଲେ ନେତା, ହିତାଧିକାରୀ ଜିଲ୍ଲାପାଳଙ୍କୁ ଭେଟିଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଭଦ୍ରକ ଦୈସିଂ ପଞ୍ଚାୟତର ୪ ନଂ ୱାର୍ଡ କୁସୁନନଗର ଓ ତେଲିସାହିର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ରିଲିଫ ଟଙ୍କାକୁ ଗାଁ ନେତା ହଡପ କରିନେବା ନେଇ ଆଜି ହିତାଧିକାରୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷାରେ ଏହି ଗ୍ରାମର ଲୋକ ଜଳବନ୍ଦୀ ହୋଇ ରହିବା ସହିତ କେତେକଙ୍କ ମାଟି କଚ୍ଚା ଘର କାନ୍ଥର ଅଂଶ ବିଶେଷ ଭାଙ୍ଗି ଥିଲା । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଖବର ପାଇ ପ୍ରଶାସନିକ ଅଧିକାରୀମାନେ ତଦନ୍ତରେ ଯାଇ ଯେଉଁମାନେ ପାଣି ଦା୍ୱରା ପ୍ରଭାବିତ ହୋଇଛନ୍ତି ସେମାନଙ୍କ ଘର ବୁଲି ଦେଖିବା ସହ ଏକ ତାଲିକା କରିଥିଲେ । ପରେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଚୁଡା ଓ ଚିନି ଦିଆ ଯାଇଥିଲା । ପରେ ପଲିଥିନ ଓ ଘରଭଙ୍ଗା ଟଙ୍କା ମିଳିବା ପ୍ରତିଶୃତି ଦେଇ ଗାଁର ଜଣେ କୁଜିନେତା ଯେଉଁମାନଙ୍କ ଘର ପାଣିରେ ବୁଡିଥିଲା ଏବଂ କିଛି ବୁଡି ନ ଥିବା ଲୋକଙ୍କର ମିଶାଇ ୨୫ଜଣଙ୍କର ଏକ ତାଲିକା କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନଂ ଆଣିଥିଲେ । ଏଥି ସହିତ କାହା ଠାରୁ ଉଇଥ୍ଡ୍ରୟାଲ ଫର୍ମ ଏବଂ କାହାଠାରୁ ଏନ୍ଇଏଫ୍ଟି ଫର୍ମରେ ଦସ୍ତଖତ ମଧ୍ୟ କରାଇ ଆଣିଥିଲେ । ବନ୍ୟା ପ୍ରଭାବିତ ହିତାଧିକାରୀ ଟଙ୍କାର ଅପେକ୍ଷାରେ ଥିବା ବେଳେ ହିତାଧିକାରୀଙ୍କ ଅଜାଣତରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇ ପରେ ତାହାକୁ ବାହାର କରିନେବା ଏବଂ ଟ୍ରାନ୍ସଫର କରାଯାଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣା ପଡିଥିଲା । ଏହିପରି ଭାବେ ୨୫ଜଣ ହିତାଧିକାରୀଙ୍କ ପାଖରୁ ପାଖାପାଖି ୬୫ ହଜାର ଟଙ୍କା ହଡପ କରାଯାଇଥିବା ଏବଂ ଏହି ହଡପ କାର୍ଯ୍ୟ ଗ୍ରାମର ଦେବ ପ୍ରସାଦ ଘଡେଇ କରିଥିବା ଗ୍ରାମବାସୀ ଅଭିଯୋଗ କରି ଆଜି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲାପାଳ ଏହାର ତଦନ୍ତ ଦାୟିତ୍ୱ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ପ୍ରଦାନ କରିଥିବା ବେଳେ ହିତାଧିକାରୀମାନେ ଏ ନେଇ ମଧ୍ୟ ଗ୍ରାମାଞ୍ଚଳ ଥାନାରେ ଦେବ ପ୍ରସାଦ ଘଡେଇଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ୭ ଦିନ ମଧ୍ୟରେ ପ୍ରଶାସନ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଯୁବନେତା ବଳରାମ ରାଉତ (ଚିଲିକା), ହିତାଧିକାରୀ ବିନରୀ ସାହୁ, ଏକାଦଶୀ ସାହୁ, ପଦ୍ମଲୋଚନ ସାହୁ, ଅଭିରାମ ପାଢୀ, ଅବିନାଶ ପଣ୍ଡା, ସଞ୍ଜୟ କୁମାର ସାହୁ, ମାୟାଧର ଯେନା, ଦୁଃଖୀରାମ ଯେନା, ବାସୁଦେବ ସାହୁ, ଅଜୟ ଶଙ୍ଖୁଆ, ରମେଶ ସ୍ୱାଇଁ, ରଘୁନାଥ ସାହୁ, ପ୍ରାଣକୃଷ୍ଣ ପଣ୍ଡା ପ୍ରମୁଖ ଚେତାବନୀ ଦେଇଛନ୍ତି ।

0
0
0
s2sdefault