ହେଡଲାଇନସ୍:

ତିର୍ତ୍ତୋଲ ବ୍ଳକ ସ୍ତରୀୟ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/  Ramesh Mohanty :  :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜନ୍ଗା ସ୍ଥିତ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ଆଜି ଶତାଧିକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ଏକ ବ୍ଲକ ସ୍ତରୀୟ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠନ କରାଯିବା ନିମନ୍ତେ ସିଦ୍ଧାନ୍ତ କରାଯାଇଥିଲା।ଉକ୍ତ ବ୍ଲକର ୨୯ଟି ପଞ୍ଚାୟତକୁ ୪ଗୋଟି ଯୋନ(ଗୋପାଳପୁର(ସ), ମୂଳି ସିଂ,ମଣିଜଙ୍ଗ।,ଓ ଜଗନ୍ନାଥପୁର ତିରଣ)ରେ ବିଭକ୍ତ କରାଯାଇଥିଲା।ଏହି ସଭାରେ ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯିବା ସହିତ ସର୍ବସମ୍ମତି କ୍ରମେ ଆଗାମୀ ଦିନରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଚିକିତ୍ସା ଭତ୍ତା,ମହଙ୍ଗା ଭତ୍ତା,ଅତ୍ୟାବଶ୍ୟକ ସାମଗ୍ରୀ ଆଦି ଦାବି ସରକାରଙ୍କ ନିକଟରେ ଉପସ୍ଥାପିତ କରାଯିବା ନିମନ୍ତେ ସ୍ଥିର କରାଯାଇଥିଲା।ରାଜ କିଶୋର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅବସର ପ୍ରାପ୍ତ କର୍ମଚାରୀ ସର୍ବଶ୍ରୀ ରାଜ କିଶୋର ଦାସ,ଅଭୟ ସ୍ବାଇଁ, ଗୋଲେଖ ବିହାରୀ ସାହୁ,ଶ୍ରୀବତ୍ସ ସାହୁ,ଶରତ ତାରେଣିଆ, ବାବାଜୀ ମଲିକ,ମହେଶ୍ୱର ସେଠୀ,ଶତୃଘ୍ନ ନାୟକ,ନରୋତ୍ତମ ସେଠୀ,ଶାରଦା ନାୟକ,ବନମାଳୀ ଦାସ,କାଳନ୍ଦୀ ମହାରଣା,ବଂଶୀଧର ମଲିକ,ନିର୍ମଳ ମହାନ୍ତି,ବ୍ରଜ କିଶୋର ମଲିକ,ଶରତ ମଲ୍ଲ,କାଳନ୍ଦୀ ବେହେରା,ଦୀନବନ୍ଧୁ ବେହେରା,ନରହରି ସାହୁ,ପ୍ରଭାତ ଦାସ,ମହେଶ୍ୱର ବେହେରା,ରାମଚନ୍ଦ୍ର ମହାପାତ୍ର,ଗୋବିନ୍ଦ ଦାସ,ପଦ୍ମ ଚରଣ ବିଶ୍ୱାଳ,ଜଗନ୍ନାଥ ଦାସ,ଅକ୍ଷୟ ନାୟକ,ରବିନ୍ଦ୍ରନାଥ ସିଂହ ଓ ବୃନ୍ଦାବନ ଦାସଙ୍କ ସମେତ ଶତାଧିକ କର୍ମଚାରୀ ଯୋଗଦେଇଥିଲେ।

0
0
0
s2sdefault