ହେଡଲାଇନସ୍:

ବିଗିଡା ବିଦ୍ୟୁତ ସେବାକୁ ବାହାଲ କରିବା ପାଇଁ ଶକ୍ତି ବିଭାଗର ପ୍ରାଣମୂର୍ଛା ଉଦ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ତିତଲି ସାମୂଦ୍ରିକ ଝଡରେ ରାଜ୍ୟର ଦକ୍ଷିଣା ଳରେ ଥିବା ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡାରେ ବିଦ୍ୟୁତ ସେବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ ବଣ୍ଟନ ଲାଇନ୍ ଗୁଡିକ ୪ଟି ପ୍ରମୁଖ ଟ୍ରାନ୍ସମିଶନ ଲାଇନ୍ ଥେରୁବାଲି-ନରେନ୍ଦ୍ରପୁର, ନରେନ୍ଦ୍ରପୁର-ଅଟ୍ରି, ଛତ୍ରପୁର-ଗଞ୍ଜାମ ଓ ରାୟଗଡା-ଆଖୁସିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପାୱାର ସପ୍ଲାଇ ବାହାଲ କରିବା ପାଇଁ ସାଉଥକୋ ଓ ଓପିଟିସିଏଲର ଅନେକ ଟିମ୍ ଆବଶ୍ୟକ ସରଞ୍ଜାମ ସହ କ୍ଷତିଗ୍ରସ୍ତ ଅଂଚଳରେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରାଥମିକତା କ୍ଷେତ୍ର ଡାକ୍ତରଖାନା, ରେଲୱେ ଫିଡର, ଜଳଯୋଗାଣ ପଏ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ଯୋଗାଣ ସହ କ୍ଷତିଗ୍ରସ୍ତ ଅଂଚଳରେ ବିଦ୍ୟୁତସେବା ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଖୁସିଂ- ମୋହନା ୧୩୨ କେଭି ଟ୍ରାନ୍ସମିଶନ ଲାଇନ୍, ଦିଗପହଣ୍ଡି-ମୋହନା ଲାଇନ, ଏବଂ ୨୨୦ କେଭି ଅଟ୍ରି-ନରେନ୍ଦ୍ରପୁର ଓ ଥେରୁବାଲି -ନରେନ୍ଦ୍ରପୁର ଟ୍ରାନ୍ସମିଶନ ଲାଇନ୍ ପୁନରୁଦ୍ଧାର ସରିଛି । ସାଉଥକୋର ବିଦୁ୍ୟତବ ନ ବ୍ୟବସ୍ଥା ପୁରରୁଦ୍ଧାର ପାଇଁ ବହୁସଂଖ୍ୟାରେ ଟିମ୍ ନିୟୋଜିତ ହୋଇଛନ୍ତି ଓ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଗଜପତି ଜିଲ୍ଲା ଏ ତିତଲି କାରଣରୁ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁନରୁଦ୍ଧାରକାରୀ ଦଳ ରୋଡ ବ୍ଲକେଜ୍ କାରଣରୁ ଅନେକ ଜାଗାରେ ରବିବାର ସକାଳ ସୁଦ୍ଧା ସରଞ୍ଜାମ ନେଇ ପହଂଚିବା ସମ୍ଭବ ହୋଇପାରିନାହିଁ । ଆସ୍କା ଓ ଆଖପାଖ ଅଂଚଳ ରୁଷିକୁଲ୍ୟା ନଦୀରେ ଆସିଥିବା ବାତ୍ୟା ପରବର୍ତ୍ତୀ ବନ୍ୟା ଜଳରେ ବୁଡି ରହିଥିବା ଯୋଗୁ ପୁନରୁଦ୍ଧାର କାଯର୍ୟ ସାମାନ୍ୟ ବିଳମ୍ବିତ ହୋଇଛି । ପୁନରୁଦ୍ଧାର କାରୀ ଦଳ ସେଠାରେ ପ୍ରସ୍ତୁତ ହୋଇ ରହିଛନ୍ତି, ପାଣି ଛାଡିଲେ କାମ ପୂରା ଦମରେ ଆରମ୍ଭ କରାଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଏଯାବତ ୧୨୫୦ କିମି ତାର ଟଣାଯାଇଥିବା ବେଳେ ୯୦ଟି ଖୁଣ୍ଟ ବଦଳାଯାଇଛି । ପ୍ରାୟ ୬ଲକ୍ଷ ଗ୍ରାହକଙ୍କ ଘରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇସାରିଲାଣି । ଅଫିସର ଓ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଛୁଟିରେ ଯାଇଥିବା ଅଧିକାରୀମାନଙ୍କୁ ଡକାଇ ଅଣାଯାଇଛି । ଝଡବାତ୍ୟା ପରବର୍ତୀ ଲଗାଣ ବର୍ଷା ସତ୍ତ୍ୱେ ଶକ୍ତି ବିଭାଗର କ୍ୱିକ୍ ରେସ୍ପନ୍ସ ଟିମ୍ ବିଦ୍ୟୁତ ସେବା ବାହାଲ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ସଚିବାଳୟ ଠାରେ ଜରୁରୀ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପୁନରୁଦ୍ଧାର କାଯର୍ୟର ମନିଟର କରାଯାଉଛି । ଖୋଦ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ଶକ୍ତି ସଚିବ ହେମନ୍ତ ଶର୍ମା ରବିବାର ଦିନ ପ୍ରଭାବିତ ଅଂଚଳ ଗସ୍ତ କରି ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

0
0
0
s2sdefault