ହେଡଲାଇନସ୍:

"ମୁଁ ଭୋଟ ଲଢ଼ିବି "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

//// ଚନ୍ଦନଭାଟିରେ ନୂଆଖାଇ ଭେଟଘାଟ,ଯୋଗଦେଲେ ନରସିଂହ ଓ ସମରେନ୍ଦ୍ର////

"ବିଗତ ଦିନରେ ସହରରେ ଏକ ନୂଆଁଖାଇ ଭେଟଘାଟ ହୋଇଥିଲା । ସେଠାରେ ନୂଆଁଖାଇ ଜୁହାର ଭେଟ୍ ପରିବର୍ତ୍ତେ କିଛି ଲୋକ ମୋତେ ଭରପୁର ଗାଳି ଦେଇଥିଲେ । ମୁଁ କିନ୍ତୁ ଆଜିର ଏହି ନୂଆଁଖାଇ ଭେଟାଘାଟ ଉତ୍ସବରେ ନୂଆଁଖାଇ ପରମ୍ପରାକୁ ଭୁଲି ଯିବି ନାହିଁ । ପୂର୍ଣ୍ଣ ପ୍ରାଣରେ ମୁଁ ସେହି ମାନଙ୍କୁ ଦୀର୍ଘ ଜୀବନର ଆର୍ଶୀବାଦ ଦେବି,ଯେଉଁମାନେ କି ମୋତେ ଗାଳି ଦେବା ବାହାନାରେ ନୂଆଁଖାଇର ପରମ୍ପରାକୁ ଭୁଲି ଯାଇଥିଲେ ।"

ବଲାଙ୍ଗିର/NIROJ MISHRA -ନୂଆଁଖାଇ ଏ ଅଞ୍ଚଳର ପ୍ରତ୍ୟେକ ଲୋକଙ୍କ ଭାବାବେଗରେ ରହିଛି । ଏହା ହେଉଛି ଚାଷ ଏବଂ ଚାଷୀର ଉତ୍ସବ । ଏହା ହେଉଛି ଭାଇଚାରାର ଉତ୍ସବ । ଏହି ଉତ୍ସବ ଆମ ଭିତରେ ଥିବା ଦ୍ୱେଷ,କ୍ଲେଶ ତଥା ମନୋମାଳିନ୍ୟକୁ ଦୂର କରିଥାଏ । ତେଣୁ ଆଜିର ଦିନରେ ଆମେ ହୀନ ରାଜନୀତିରୁ ଦୂରେଇ ରହିବା । ଆଜି କେବଳ ଶାନ୍ତି,ମୈତ୍ରୀ ଏବଂ ବିକାଶର ବାର୍ତ୍ତା ଦେବା ବୋଲି ଚନ୍ଦନଭାଟିର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିବା ଆଞ୍ଚଳିକ ନୂଅାଁଖାଇ ଭେଟଘାଟ ରେ ସ୍ଥାନୀୟ ବିଧାୟକ ତଥା ବିରୋଧିଦଳର ନେତା ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଉଦବୋଧନରେ ସମବେତ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସନ୍ଧ୍ୟାରେ ବର୍ଣ୍ଣାଢ୍ୟ ଉତ୍ସବରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ସେ ଆହୁରି ମଧ୍ୟ କହିଛନ୍ତି,ଏହି ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀର ବର୍ଷ । ଗାନ୍ଧିଜୀ କହିଥିଲେ,ଯେ ପର୍ଯ୍ୟନ୍ତ ସମାଜର ଶେଷ ଧାଡିରେ ଥିବା ଲୋକ ଭୋକିଲା ରହିବ ସେ ପର୍ଯ୍ୟନ୍ତ ଦେଶର ସ୍ୱରାଜ ପାଇନାହିଁ ବୋଲି ଧରାଯିବ । ତେଣୁ ଆଜି ଆମ ଜିଲାରେ କେବଳ ନୁହେଁ ସାରା ରାଜ୍ୟରେ ଲୋକେ କହୁଛନ୍ତି ବଲାଙ୍ଗିର ବିକାଶ ରାସ୍ତାରେ ଆଗଉଛି । ମୁଁ କିନ୍ତୁ ସେଥିରେ ଖୁସି ନୁହେଁ । ଯେ ପର୍ଯ୍ୟନ୍ତ ମୋର ଯୁବକ ବନ୍ଧୁମାନେ ବେରୋଜଗାର ଥିବେ,ଯେ ପର୍ଯ୍ୟନ୍ତ ମୋର ଛୋଟ ଛୋଟ ଛୁଆ ମାନଙ୍କ ସ୍କୁଲରେ ଉପଯୁକ୍ତ ଶିକ୍ଷକ ନଥିବେ,ଯେ ପର୍ଯ୍ୟନ୍ତ ଚାଷୀମାନେ ତାଙ୍କ ଫସଲ ଅମଳର ଉଚିତ୍ ମୂଲ୍ୟ ନପାଇବେ,ଯେ ପର୍ଯ୍ୟନ୍ତ ପତ୍ୟେକ ଗାଁକୁ ପିଇବା ପାଣି,ଗମନାଗମନ,ସ୍ୱାସ୍ଥ୍ୟ ସେବା ନପହଞ୍ଚିଛି ସେ ପର୍ଯ୍ୟନ୍ତ ମୁଁ କେବେବି ଭାବିପାରିବି ନାହିଁ ଯେ ମୋର ବଲାଙ୍ଗିର ବିକାଶ ଦିଗରେ ଆଗେଇଛି । ତେଣୁ ବଲାଙ୍ଗିରକୁ ସମ୍ପୁର୍ଣ୍ଣ ବିକାଶ କରିବାକୁ ହେଲେ ଆମ ଭିତରେ ଏକତା ବିଶେଷ ଜରୁରୀ । ନିଜ ଭାଷଣରେ ସେ କହିଥିଲେ ବିଗତ ଦିନରେ ସହରରେ ଏକ ନୂଆଁଖାଇ ଭେଟଘାଟ ହୋଇଥିଲା । ସେଠାରେ ନୂଆଁଖାଇ ଜୁହାର ଭେଟ୍ ପରିବର୍ତ୍ତେ କିଛି ଲୋକ ମୋତେ ଭରପୁର ଗାଳି ଦେଇଥିଲେ । ମୁଁ କିନ୍ତୁ ଆଜିର ଏହି ନୂଆଁଖାଇ ଭେଟାଘାଟ ଉତ୍ସବରେ ନୂଆଁଖାଇ ପରମ୍ପରାକୁ ଭୁଲି ଯିବି ନାହିଁ । ପୂର୍ଣ୍ଣ ପ୍ରାଣରେ ମୁଁ ସେହି ମାନଙ୍କୁ ଦୀର୍ଘ ଜୀବନର ଆର୍ଶୀବାଦ ଦେବି,ଯେଉଁମାନେ କି ମୋତେ ଗାଳି ଦେବା ବାହାନାରେ ନୂଆଁଖାଇର ପରମ୍ପରାକୁ ଭୁଲି ଯାଇଥିଲେ । ଆଜିିର ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ନିଜ ନିର୍ବାଚନ ଲଢିବାକୁ ନେଇ ସ୍ପଷ୍ଟ ମତ ରଖିଥିଲେ । ସେ କହିଥିଲେ ଦଳ ଏବଂ ଲୋକେ ଯେ ପର୍ଯ୍ୟନ୍ତ ଚାହୁଁଛନ୍ତି ସେ ନିଶ୍ଚୟ ନିର୍ବାଚନ ଲଢିବେ । ଗଣତନ୍ତ୍ରରେ ଲୋକଙ୍କ ମତକୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ । ତେଣୁ ୨ ମାସ ପୂର୍ବର ଚନ୍ଦନଭାଟିର ଏକ ସଭାରେ ଲୋକଙ୍କ ପ୍ରଶ୍ନର ଉତ୍ତର ଆଜିର ସଭାରେ ସେ ନିର୍ବାଚନ ଲଢିବି ବୋଲି ଉତ୍ତର ଦେଇଥିଲେ । ଏହି ଉତ୍ତରରେ ଉପସ୍ଥିତ ଥିବା ଲୋକେ ବହୁଳ ଭାବରେ ଉତ୍ସାହିତ ହୋଇଥିବା ପରିଲକ୍ଷିତ ହୋଇଥିଲା । ସଭାର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୁବନେତା ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଥିଲେ,ଆଜିର ଜନାସମାଗମ ସ୍ପଷ୍ଟ କହୁଛି ଲୋକେ ବିକାଶ ଚାହୁଁଛନ୍ତି । ଚନ୍ଦନଭାଟି ତଥା ଆଖପାଖ ଅଞ୍ଚଳର ଶିକ୍ଷା,ସ୍ୱାସ୍ଥ.ଗମାନଗମନର ଉନ୍ନତି ପାଇଁ ଏଠିକାର ଲୋକେ ସବୁବେଳେ ବିଶେଷ ଯତ୍ନବାନ । ତେଣୁ ଏ ଅଞ୍ଚଳ ବିକଶିତ ହେଉଛି । ଏବଂ ଏହା ସମ୍ଭବ ହୋଇଛି କେବଳ ଆପଣମାନଙ୍କ ଏକତା ଯୋଗୁଁ । ତେଣୁ ଆପଣମାନଙ୍କ ଭତରେ ଏକତା ରଖି ବିକାଶ ବିରୋଧି ତତ୍ୱମାନଙ୍କୁ ଏହି ଅଞ୍ଚଳକୁ ପଶିବାକୁ ଦିଅନ୍ତୁ ନାହିଁ । ବିକାଶର ସଂଜ୍ଞା ଜାଣିନଥିବା ଲୋକେ ଏ ଅଞ୍ଚଳକୁ ୨୪ ବର୍ଷ ପର୍ଯ୍ୟନ୍ତ ଅନ୍ଧାରରେ ରଖିଥିଲେ । ସେଥିରୁ ଆମକୁ ବାହାରିବାକୁ ପଡିବ ବୋଲି ସେ କହିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ କୃଷକ ନେତା ଡା.ସୁଧିର ପରିଚ୍ଛା,ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା,ପିସିସି ସଭ୍ୟ ଅସୀମ ପଟ୍ଟନାୟକ,ପିସିସି ସମ୍ପାଦକ ସୁଦାମ ସାହୁ,ବଲାଙ୍ଗିର ବ୍ଲକ ଉପାଧ୍ୟକ୍ଷା ଯୋଶବନ୍ତି ବଘାର,ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର,ପିସିସି ସଭ୍ୟ ମନୀଶ ମିଶ୍ର,ଜିଲା ପରିଷଦ ସଦସ୍ୟ ଶ୍ରୀଧର ବାରିକ,ଜୋନ ସଭାପତି ରାଧାକାନ୍ତ ଭୋଇ,ସରୋଜ ରଥ,ସରପଞ୍ଚ ମୀନା କୁମାରୀ ଭୋଇ,ବିରେନ୍ଦ୍ର କୁମାର ମିଶ୍ର,ସନ୍ତକ ବହିଦାର,ନୂଆଁଖାଇ ଭେଟଘାଟ କମିଟି ସଭାପତି ରାଜେଶ ସେନାପତି ପ୍ରମୁଖ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ପରେ ପରେ ପଶ୍ଚିମାଞ୍ଚଳର ସୁନାମଧନ୍ୟ କଳାକାର ପଦ୍ମିନୀ ଦୋରା,ସର୍ବେଶ୍ୱର ଭୋଇ ଏବଂ ତାଙ୍କ ଦଳ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୦ ହଜାରରୁ ଉଦ୍ଧ୍ୱର୍ ଜନସମାଗମ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କମିଟିର ସଦସ୍ୟ ଟୁନା ପାଣିଗ୍ରାହୀ,ଦେବବ୍ରତ,ଶ୍ରବଣ,ଟିଟୁ ବାବୁ,ତପନ ପାଣିଗ୍ରାହୀ,ହରିଶ୍ଚନ୍ଦ୍ର,ରାନୀମା ପାତ୍ର,ମୈଥିଳି ଧରୁଆ,ବିପିନ ପଟେଲ,ତ୍ରିଲୋଚନ ପୋଢ,ରିଙ୍କୁ,ହିମାଂଶୁ,ପ୍ରକାଶ ବରେଇ,ଆଦିତ୍ୟ ପଟେଲ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault