ହେଡଲାଇନସ୍:

ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତକାଲି ରାୟଗଡାରେ ତିନି ମନ୍ତ୍ରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

SIDHARTHA DASH/GUNUPUR : ସାମୁଦ୍ରିକ ଝଡ ତିତିଲି ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତକାଲି ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳ କୁ ରାଜସ୍ବ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଓ ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସେମାନଙ୍କ ସହ ରାଜ୍ୟସଭା ସଦସ୍ୟ ଶ୍ରୀ ଏନ ଭାସ୍କର ରାଓ , ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଶ୍ରୀ ସୁଧୀର ଦାସ , ରାୟଗଡା ଜିଲ୍ଲା ପ୍ଲାନିଂ ବୋର୍ଡ଼ ଅଧକ୍ଷ ତଥା ରାୟଗଡା ବିଧାୟକ ଶ୍ରୀ ଲାଲବିହାରୀ ହିମିରିକା , ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହାପୁନମ ତାପଶ କୁମାର , ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଓ ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ପୂର୍ବପ୍ରସ୍ତୁତ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ଗସ୍ତ କରିଥିଲେ । ବହୁଳ କ୍ଷୟ କ୍ଷତି ହୋଇଥିବା ଅଞ୍ଚଳ ପରିଦର୍ଶନ କରି ନଥିବା ହେତୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଗୁଣପୁର ଅଞ୍ଚଳ ରେ ସେହିଭଳି କିଛି କ୍ଷତି ହୋଇନଥିବା ରାଜସ୍ବ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଙ୍କ ବୟାନ ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି । ଏହା କେବଳ ଏକ ରାଜନୈତିକ ପରିଦର୍ଶନ ବୋଲି ସାଧାରଣ ରେ କୁହାଯାଉଛି ।

0
0
0
s2sdefault