ପାଇକମାଳ: ପାଇକମାଳ ବ୍ଲକ୍ ନୃସିଂହନାଥ ଯିବା ରାସ୍ତା ତହସିଲ ଅଫିସ ନିକଟସ୍ଥ ନାଳ ପାଖରେ ଏକ ବାଇକ ଦୁର୍ଘଟଣା ମଙ୍ଗଳବାର ପ୍ରାୟ ଗୋଟାଏ ସମୟରେ ହୋଇଥିଲା । ଦୁଇ ଜଣ ସାମାନ୍ୟ ଆଘାତ ହୋଇ ଥିବା ବେଳେ ବାଇକ ଚାଳକ ରଞ୍ଜନ ବାଗ (୨୫)ଙ୍କ ମୁହଁ ମୁଣ୍ଡ ରୁ ଗଭୀର କ୍ଷତ ହୋଇ ବହୁତ ରକ୍ତ ସ୍ରାବ ହୋଇ ଥିଲା । ସେଠାରୁ ଏକ ଅଟୋରେ ସ୍ଥାନିୟ ଲୋକ ପାଇକମାଳ ଚିକିତ୍ସାଳୟର କର୍ମଚାରୀ ଙ୍କ ସହାୟତାରେ ପାଇକମାଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା । ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ ଆମ୍ବୁଲାନ୍ସ ଏକ ଘଣ୍ଟା ବିଳମ୍ବରେ ପହଞ୍ଚି ରଞ୍ଜନଙ୍କୁ ପ୍ରଥମେ ପଦ୍ମପୁର ନେଇଥିଲେ ସେଠାରୁ ସଙ୍ଗେ ସାଙ୍ଗେ ବୁର୍ଲା ନିଆ ଯାଇଥିଲା । ବୁର୍ଲା ରେ ପହଞ୍ଚିବା ମାତ୍ରେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ । ମୃତକ ରଞ୍ଜନ ଆଜି ନିଜଗ୍ରାମ ଛେଲିଆମାଲ ରୁ ଏକ ବାଇକ ହିରୋ ହୋଣ୍ଡା ପାସନ ଓଆର ଜି ୦୯୨୧ ରେ ବାହାରି ନୃସିଂହନାଥ ଯାଉ ଥିଲେ, ସେ ବାଟରେ ଶ୍ରୀନିବାସ ବରିହାଙ୍କୁ ଧକ୍କା ଦେଇ ଥିଲେ ଓ ବିଦ୍ୟତ ଖୁଣ୍ଟ ରେ ବାଡେଇ ହୋଇ ଥିଲେ ।
ରାଜ୍ୟ
ବିଦ୍ୟୁତ ଖୁଣ୍ଟରେ ବାଡେଇ ହେଲା ବାଇକ : ଜଣେ ମୃତ
- Hits: 959









