ହେଡଲାଇନସ୍:

ନୃସିଂହନାଥ ମନ୍ଦିର ପରିଦର୍ଶନରେ ମହାମହିମ ରାଜ୍ୟପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ: ପ୍ରକୃତିର ସୁନ୍ଦର ପରିବେଶ ମଧ୍ୟରେ ଅବସ୍ଥିତ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠ ପ୍ରତ୍ୟହ ରାଜ୍ୟ ତଥା ରାଜ୍ୟ ବାହାରୁ ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବର୍ତ୍ତମାନ ମନ୍ଦିର ପରିବେଶକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟ ହାତକୁ ନିଆଯାଇ ମନ୍ଦିରର ସନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ।
ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ନୃସିଂହନାଥ ମନ୍ଦିର କୁ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ନୃସିଂହନାଥ ଆସିବା ପୂର୍ବରୁ ମହାମହିମ ରାଜ୍ୟପାଳ କିଛି ସମୟ ପାଇଁ କସ୍ତୁରବା ଗାନ୍ଧୀ ମାତୃ ନିକେତନ ,ପାଇକମାଳ ଠାରେ ଅଟକି ମାତୃ ନିକେତନର ଅନ୍ତେବାସୀ ତଥା କର୍ମଚାରୀ ମାନଙ୍କ ସାଙ୍ଗରେ ମାତୃ ନିକେତନ ପରିଚାଳନା ବାବଦରେ ଆଲୋଚନା କରିଥିଲେ । ମହାମହିମ ରାଜ୍ୟପାଳ ନୃସିଂହନାଥ ମନ୍ଦିର କୁ ପହଞ୍ଚିବା ପରେ ମନ୍ଦିର ସିଂହଦ୍ଵାର ନିକଟରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଳ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ସ୍ବାଗତ ଜଣାଇ ମନ୍ଦିର କୁ ପଛୁଟି ନେଇଥିଲେ । ମନ୍ଦିର ଗର୍ଭଗୃହରେ ମହାପ୍ରଭୁ ମାର୍ଜାରକେଶରୀ ଙ୍କ ଦର୍ଶନ କରିବା ସହିତ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ ।

ଏହା ପରେ ମନ୍ଦିର ପରିଚାଳନା କମିଟି ତରଫରୁ ମହାମହିମଙ୍କୁ ସ୍ମୁତି ସ୍ୱରୂପ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ପ୍ରଦାନ କରାଯାଇଥିଲା । ମହାମହିମ ଙ୍କ ସହ ଆସିଥିବା ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଜଣାଇଥିଲେ । ମନ୍ଦିର ସମ୍ପର୍କିତ ସମସ୍ତ ପୁସ୍ତକ ଓ ସୂଚନା ଗୁଡ଼ିକୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଭାଷାରେ କରିବା ପାଇଁ ମହାମହିମ ରାଜ୍ୟପାଳ ମନ୍ଦିର ପରିଚାଳନା କମିଟି କୁ କହିଥିଲେ । ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ପରେ ମହାମହିମ ରାଜ୍ୟପାଳ ବରଗଡ଼ ଅଭିମୁଖେ ବାହାରି ଯାଇଥିଲେ ।

0
0
0
s2sdefault