ହେଡଲାଇନସ୍:

ଶିକ୍ଷାନୁଷ୍ଠାରେ ନୂଆ-ଓ କାର୍ଯ୍ୟକ୍ରମର ଅବଧି ଜାନୁୟାରୀ ୧୫ ଯାଏ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନୂଆ-ଓ କାର୍ଯ୍ୟକ୍ରମର ସମୀକ୍ଷା

  •  ସମାଜସେବା କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ

  •  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିିଡ଼ିଓଗ୍ରାଫି ଏବଂ ଫୋଟୋଗ୍ରାଫି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତିଯୋଗିତା

  •  ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସାମ୍ସ ଲ୍ୟାବ ଦ୍ୱାରା ସାର୍ଟିଫିକେଟ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛିା
ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲୋ ସୂଚନା ଥାଉ କି ନୂଆ- ଓ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଶିକ୍ଷାନୁଷ୍ଠାନଗୁଡିକରେ କ୍ରୀଡା, ସମାଜସେବା, ବିଭିନ୍ନ ପ୍ରକାର ଜ୍ଞାନକୌଶଳ, ଶାରୀରିକ ବିକାଶ ଇତ୍ୟାଦିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛିା ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ଏହି ନୂଆ-ଓ କାର୍ଯ୍ୟକ୍ରମର ଅବଧିକୁ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲାା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିିଡ଼ିଓଗ୍ରାଫି ଏବଂ ଫୋଟୋଗ୍ରାଫି ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତିଯୋଗିତା କରିବା ସହ ଯେଉଁ ଛାତ୍ରଛାତ୍ରୀ ସାମାଜିକ କାର୍ଯ୍ୟକ୍ରମ, ଭିିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାଗ ନେଇଥିବେ ସେମାନଙ୍କୁ ସାମ୍ସ ଲ୍ୟାବ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯିବା ରାଜ୍ୟର ଛଅଶହରୁ ଉର୍ଧ୍ଵ ଶିକ୍ଷାନୁଷ୍ଠାନରେ ଏହି ନୂଆ-ଓ କାର୍ଯ୍ୟକ୍ରମ ଚାଲିଥିବା ପ୍ରକାଶା
ସାମାଜିକ କାର୍ଯ୍ୟକଳାପ ପାଇଁ କୌଣସି ଡେଡଲାଇନ ରହିବ ନାହିାଁ ଏପରିକି ଫେବୃୟାରୀ ମାସ ପରେ ମଧ୍ୟ ସମାଜସେବା କାର୍ଯ୍ୟକ୍ରମ ଜାରି ରହିବା

ବୈଠକରେ ଉଚ୍ଚଶିକ୍ଷା କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର ସମେତ ବହୁ ବରିଷ୍ଠ ପଦାଧିକାରୀବୃନ୍ଦ ଓ ନୂଆ-ଓ ଅନୁଦାନ ପ୍ରାପ୍ତ ୭ ବିଭାଗର ସମସ୍ତ ନୋଡାଲ୍ ଅଫିସର ଓ ରାଜ୍ୟର ୩୦ ଗୋଟି ଜିଲ୍ଲାର ସମସ୍ତ କଲେଜର ଅଧ୍ୟକ୍ଷ, ଅଧ୍ୟାପକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲୋ

0
0
0
s2sdefault